ଭାବବିହ୍ବଳ ହୋଇ ଦେଶବାସୀଙ୍କୁ ସମ୍ବୋଧନ କଲେ ଇମ୍ରାନ ଖାନ୍; କହିଲେ ଅସୁରକ୍ଷିତ ଦେଶର ଗଣତନ୍ତ୍ର
ଇସଲାମାବାଦ: ପାକିସ୍ତାନର ଗଣତନ୍ତ୍ର ଅସୁରକ୍ଷିତ । ସୁପ୍ରିମକୋର୍ଟଙ୍କୁ ଅପିଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସୁପ୍ରିମକୋର୍ଟ ଚାହିଁଲେ ଦେଶର ସ୍ଥିତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ ବେଳେ ଭାବବିହ୍ବଳ ହୋଇ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ବିଚାରପତି ହିଁ ଦେଶର ଶେଷ ଆଶା । ଦେଶରେ ଆଉ ଆଇନ କାନୁନର ବ୍ୟବସ୍ଥା ନାହିଁ । ବିଚାରପତି ମାନେ ଏକ ହୋଇ ଦେଶର ମଙ୍ଗଳ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦିଅନ୍ତୁ । ଦେଶବାସୀ ଆପଣଙ୍କ ଅପେକ୍ଷା ଅଛନ୍ତି ବୋଲି ଇମ୍ରାନ କହିଛନ୍ତି ।
ଆସନ୍ତା ଅକ୍ଟୋବର ସୁଦ୍ଧା ପିଟିଆଇକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିଦେବା ପାଇଁ ସେହେବାଜ ସରକାର ପ୍ରୟାସ କରୁଛନ୍ତି । ଇମ୍ରାନ ଏକ କମିଟି ଗଠନ କରିବେ, ଯେଉଁ କମିଟି ଲୋକଙ୍କୁ ନିକଟକୁ ଯାଇ ଇମ୍ରାନଙ୍କ ପ୍ରସଙ୍ଗରେ ଦୁଇଟି ପ୍ରଶ୍ନ ପଚାରିବେ । ଇମ୍ରାନଙ୍କୁ ବାଦ ଦେଇ ପାକିସ୍ତାନରେ ଭଲ ସରକାର ଗଠନ କରିହେବ କି ନାହିଁ, ଦ୍ବିତୀୟରେ ପାକିସ୍ତାନ ରାଜନୀତିରେ ଇମ୍ରାନ ରହିବେ କି ନାହିଁ । ଏହି କମିଟି ଲୋକଙ୍କଠୁ ଉତ୍ତର ପାଇବା ପରେ ଆସନ୍ତା ଅକ୍ଟୋବରରେ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେବ ଇମ୍ରାନ ଖାନ କହିଛନ୍ତି ।