ଠକ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି କଟକ

Impure Ghee Factory Busted In Cuttack City

କଟକ: ବଜାର ଅସଲି, ହେଲେ ସାମଗ୍ରୀ ନକଲି । ଠକ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି କଟକ । ସକାଳେ ନକଲି ମସଲା କମ୍ପାନୀ ଠାବ ହୋଇଥିବା ବେଳେ ସନ୍ଧ୍ୟାରେ ନକଲି ଘିଅ କାରଖାନା ଠାବ ହୋଇଛି । ଦିନକୁ ଦିନ କଟକ ସହରରେ ବଢ଼ି ଚାଲିଛି ଭେଜାଲ ବେପାର । କଟକ ବିଦ୍ୟାଧରପୁର ଭଦିମୂଳରେ ନକଲି ମସଲା କାରଖାନା ଚାଲିଥିବା ପୋଲିସ ଖବର ପାଇ ରେଡ୍ କରିଥିଲା ।

Impure Ghee Factory Busted In Cuttack City Impure Ghee Factory Busted In Cuttack City

କମିଶନରେଟ ପୋଲିସ, ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ମିଳିତ ଚଢ଼ାଉ ପରେ ୫ ଲକ୍ଷ ଟଙ୍କାର ନକଲି ମସଲା ଓ ସରଞ୍ଜାମ ଜବତ ହୋଇଥିଲା । ଘଟଣାରେ କାରଖାନା ମାଲିକ ଓ କର୍ମଚାରୀଙ୍କୁ ଅଟକ ମଧ୍ୟ ଅଛନ୍ତି । ଏବେ ପୁଣି ସନ୍ଧ୍ୟାରେ ଚାଉଳିଆଗଞ୍ଜ ପୋଲିସ ଗତିରାଉତପାଟଣାଠାରେ ନକଲି ଘିଅ କାରଖାନା ଠାବ କରିଛି । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି  ପୋଲିସ ।

Leave a Reply