କେଜ୍ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟ ଗଲା ଆପ୍

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କେଜ୍ରିଓ୍ବାଲଙ୍କୁ କରାଗଲା ଗିରଫ । ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କ ଘରେ ୧୦ ସମନ ଧରି ପହଞ୍ଚିବା ସହ ତାଙ୍କୁ ପଚରାଉଚରା କରିଥିଲେ । ପ୍ରାୟ ଦୁଇ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ତେବେ ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଆମ ଆଦମୀ ପାର୍ଟି । ମାମଲାର ତ୍ବରିତ ଶୁଣାଣି ପାଇଁ ଆମ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ଆବେଦନ କରିଛି ।

ସୂଚନାଯୋଗ୍ୟ, ୯ଟି ସମନ ଦେବା ପରେ ଆଜି ୧୦ ସମନ ଦେବାକୁ ପହଞ୍ଚି ଥିଲା ଇଡି । ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପଚରାଉଚରା କରିବା ସହ ଘରର ଯାଞ୍ଚ କରିଥିଲେ । ଏହାପରେ ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କୁ ଗିରଫ କରିଛନ୍ତି ।

ଇଡି ଅଧିକାରୀ ପ୍ରାୟ ୨ ଘଣ୍ଟା କେଜ୍ରିଓ୍ବାଲଙ୍କୁ ତାଙ୍କ ଘରେ ପଚରାଉଚରା କରିଥିଲା । ଏହି ସମୟରେ ଇଡି ଯୁଗ୍ମ ନିର୍ଦ୍ଦେଶକ କପିଲ ରାଜ ମଧ୍ୟ ଉପସ୍ଥିତ ଥିଲେ । ପିଏଲଏଲଏ ଧାରା ୫୦ ଅନୁସାରେ କେଜ୍ରିଓ୍ବାଲଙ୍କ ବୟାନ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ଇଡି ଅଧିକାରୀଙ୍କ ପଚରାଉଚରା ବେଳେ ସୁରକ୍ଷା ବଳୟ ଭିତରେ ଭିତରେ ରଖାଯାଇଥିଲା । କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ଆରଏଏଫ ଯାବାନଙ୍କୁ ମୁତୟନ କରାଯାଇଥିଲା । ଏହାସହ ସ୍ଥାନୀୟ ପୋଲିସ ମଧ୍ୟ ବହୁ ସଂଖ୍ୟାରେ କେଜ୍ରିଓ୍ବାଲଙ୍କ ଘର ଆଗରେ ମତୟନ ହୋଇଥିଲେ ।

ଖବର ଜଣାପଡିବା ପରେ ଧିରେ ଧିରେ ଆମ୍ ଆଦମୀ ପାର୍ଟି ନେତା, ମନ୍ତ୍ରୀ ଓ କର୍ମୀଙ୍କ ଭିଡ ଲାଗିଥିଲା । ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆପ୍ ନେତା ଓ କର୍ମୀ ତାଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଇଡି ବିରୋଧରେ ସ୍ଲୋଗାନ ଦେଇଥିଲେ । ରେଡ ବେଳେ କୌଣସି ନେତା ଓ ମନ୍ତ୍ରୀଙ୍କୁ କେଜ୍ରିଓ୍ବାଲଙ୍କ ଘରକୁ ଛଡା ଯାଇନଥିଲା ।