ଜୁଏଲ ଓରାମଙ୍କୁ ତୁରନ୍ତ ଗିରଫ କର: କଂଗ୍ରେସ

ରାଉରକେଲା: ବିଜେପି ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ମାମଲା ରୁଜୁ ପରେ ବି କାହିଁକି ଗିରଫ ହେଉନାହାନ୍ତି ଜୁଏଲ୍ । ଏନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ସାଂସଦଙ୍କୁ ଗିରଫ କରିବାକୁ ଦାବି କରିଛି ରାଉରକେଲା କଂଗ୍ରେସ  । ଜଣେ ସାଂସଦ ହୋଇ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ଘଟଣାକୁ ଦଳ ନିନ୍ଦା କରିଛି  । ଜୁଏଲ ନିଜ ପଦରୁ ଇସ୍ତଫା ଦେବା ସହିତ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରୁ ବୋଲି ଦାବି କରିଛି କଂଗ୍ରେସ । ଆଜି ଅପରାହ୍ନରେ ଜୁଏଲ ଓରାମଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ସୂଚନା ଦେଇଛନ୍ତି । ଦଳର ନେତ୍ରୀ ଗୌରୀ ମୁଣ୍ଡାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ଜୁଏଲ୍ । ଏନେଇ ଝିରପାଣୀ ଥାନାରେ ଅଭିଯୋଗ ହୋଇଛି । ଦଫା ୨୯୪ ଓ ୫୦୯ରେ ଜୁଏଲଙ୍କ ନାମରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  ।

Leave a Reply