୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ
1 min read
ବାଲେଶ୍ୱର: ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ । ତପନ ସାମନ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି ଓଡ଼ିଶା ପୋଲିସ । ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ ମାସ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ । ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ । ଗତ ୬ତାରିଖରେ ତପନଙ୍କୁ କୋଲକାତାରୁ ଗିରଫ କରିଛି EOW ।
ତପନଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯିବ । ତପନଙ୍କ ବିରୋଧରେ ସୋରର ଶୁକଦେବ ହୋତା ଅଭିଯୋଗ କରିଥିଲେ । ଅଧିକ ସୁଧର ଲୋଭ ଦେଖାଇ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ମାମଲାରେ କମ୍ପାନୀ ଏମଡି ପ୍ରତାପ ବିଶ୍ୱାଳକୁ ଗିରଫ କରାଯାଇଛି । ଗତବର୍ଷ ଜୁଲାଇ ୨୫ରେ ପ୍ରତାପକୁ ଗିରଫ କରାଯାଇଥିଲା । ପ୍ରତାପ ବିଶ୍ୱାଳ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।