ଆହୁରି ଖରାପ ହୋଇପାରେ ଯୋଶୀମଠ ସ୍ଥିତି, ଆସୁଛି ବର୍ଷା
1 min read
ଯୋଶୀମଠ: ଆହୁରି ଖରାପ ହେବାକୁ ଯାଉଛି ଯୋଶୀମଠ ସ୍ଥିତି । ଉତ୍ତରପ୍ରଦେଶର ଯୋଶୀମଠ ଅଞ୍ଚଳର ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି । ଘର ଏବଂ ରାସ୍ତା ଫାଟୁ ଥିବାରୁ ଭିଟାମାଟି ଝାଡ଼ୁଛନ୍ତି ଲୋକେ । ଭୂସ୍ଖଳନ ଭଳି ଭୟଙ୍କର ସ୍ଥିତି ଦେଇ ଗତି କରୁଥିବା ଯୋଶୀମଠବାସୀଙ୍କ ନିଦ ହଜାଇ ଦେଇଛି ଆସିଥିବା ପାଣିପାଗ ସୂଚନା ।
IMDର ସଦ୍ୟତମ ସୂଚନା ଅନୁସାରେ, ଉତ୍ତରାଖଣ୍ଡ ସମେତ ଯୋଶୀମଠ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହି ଅଞ୍ଚଳରେ ବର୍ଷା ହୋଇପାରେ ।
IMD ଆହୁରି କହିଛି ଯେ, ଯୋଶୀମଠ ଅଞ୍ଚଳରେ ୧୮ ତାରିଖରୁ ତାପମାତ୍ରା ୨ ଯାଏ ଖସିପାରେ । ୧୯ ତାରିଖରେ ତାପମାତ୍ରା ୪ ଡିଗ୍ରୀ ହୋଇପାରେ । ସେଠାରେ ପ୍ରବଳ ଶୀତ ସାଙ୍ଗକୁ ପୁଣି ବର୍ଷାର ଆଶଙ୍କା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ସ୍ଥାନାନ୍ତର କାମ ଚାଲୁଥିବାରୁ ବର୍ଷା ହେଲେ ମାଟି ଆହୁରି ଦବିବା ଆଶଙ୍କା ରହିଛି । ସେଠାରେ ଲୋକେ ଏବେ ପାଦେ ପାଦେ ବିପଦର ଆଶଙ୍କା କରୁଛନ୍ତି ।