୨୩ ଯାଏଁ ବର୍ଷାରେ ବୁଡିବ ପୂର୍ବୋତ୍ତର ଭାରତ

ନୂଆଦିଲ୍ଲୀ: ଦେଶରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ପୂର୍ବ ଭାରତରେ ପ୍ରବଳ ବର୍ଷିବ । ଗୁଜୁରାଟର କିଛି ଅଂଶ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡର କିଛି ଅଞ୍ଚଳ, ପଶ୍ଚିମବଙ୍ଗର ଗଙ୍ଗୀୟ ଅଞ୍ଚଳ ସହ ଝାଡଖଣ୍ଡ ଓ ବିହାରରେ ଆଗକୁ ବଢୁଛି ମୌସୁମୀ  ।

ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ଓଡିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ରହିବା ପାଇଁ ସ୍ଥିତି ଅନୁକୂଳ ରହିଛି ।

ଯାହାର ପ୍ରଭାବରେ ପଶ୍ଚିମବଙ୍ଗ, ସିକିମ, ପୂର୍ବୋତ୍ତର ଭାରତ ଓ ଉପ ହିମାଳୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଆଗାମୀ ୫ ଦିନ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ  । ଜୁନ ୧୯ରୁ ୨୧ ପର୍ଯ୍ୟନ୍ତ ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଗଙ୍ଗୀୟ ଅଞ୍ଚଳ ଓ ୧୯ ରୁ ୨୩ ଯାଏଁ ଓଡିଶାରେ ବର୍ଷା ବିତ୍ପାତ ଜାରି ରହିବ ।

ପଶ୍ଚିମ ହିମାଳୟ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୩ ଦିନ ମଧ୍ୟରେ ଉତ୍ତର ପଶ୍ଚିମାଞ୍ଚଳ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ,, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି  ।

 

ହରିୟାଣା, ଚଣ୍ଡିଗଡ ଓ ପଶ୍ଚିମ ରାଜସ୍ଥାନର କିଛି ଜାଗାରେ ପ୍ରବଳ ବର୍ଷା ହେବ  । ସେପଟେ ଆଗାମୀ ୫ ଦିନ କେରଳ ଓ ମାହେ, ଦକ୍ଷିଣ କର୍ଣ୍ଣାଟକ, ଗୁଜୁରାଟ କ୍ଷେତ୍ର, କୋଙ୍କଣ ଓ ଗୋଆରେ ପ୍ରବଳ ବର୍ଷା ହେବା ନେଇ କହିଛି ଭାରତୀୟ ପାଣିପାଗ ବିଭାଗ  ।