୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ: ଆସନ୍ତାକାଲିଠୁ କମିପାରେ ବର୍ଷାର ପରିମାଣ

1 min read

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହା ପାରାଦୀପଠାରୁ ଦକ୍ଷିଣ-ପୂର୍ବ ଦିଗକୁ ୧୮୦କି.ମି ଏବଂ ପଶ୍ଚିମବଙ୍ଗର ସାଗର ଆଇସଲ୍ୟାଣ୍ଡଠାରୁ ୩୫୦ କି.ମି, ବାଂଲାଦେଶର ଖେପୁଆପାରାଠାରୁ ୪୯୦ କି.ମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗକୁ ଅବସ୍ଥିତ । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।

 ରାଜ୍ୟର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ସମ୍ପୃକ୍ତ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣି ଜାରି କରାଯାଇଛି । ସେଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର । ସେହିଭଳି ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅପରପକ୍ଷରେ ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଆସନ୍ତାକାଲି ସକାଳ ୮ଟା ଯାଏଁ ମାନ୍ୟ ରହିବ ।

ତେବେ  ଆଜି ସବୁଠୁ ଅଧିକ ବର୍ଷା ହେବ ।  ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବ । ଅବପାତ ବାତ୍ୟାରେ ପରିଣତ ହେବା ଆଶଙ୍କା ନାହିଁ ବୋଲି ଆଇଏମ୍‌ଡି ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ଉପକୂଳ ଅଞ୍ଚଳରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଓଡ଼ିଶାର ସବୁ ବନ୍ଦରକୁ ୩ନଂ ସତର୍କ ସଂକେତ ଜାରି କରାଯାଇଛି ।

Leave a Reply