spot_img

Latest Posts

ସ୍ଥଳଭାଗ ମୁହାଁ ବାତ୍ୟା ‘ଗୁଲାବ’; କିଛି ଘଣ୍ଟା ପରେ ନେବ ଗଭୀର ଅବପାତର ରୂପ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ଗୁଲାବ’। ଘନିଭୂତ ହେଉଛି ଉତ୍ତର-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। କିଛି ଘଣ୍ଟା ପରେ ନେବ ଗଭୀର ଅବପାତର ରୂପ। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଏହା ଗତି କରୁଛି। ଗୋପାଳପୁର ଠାରୁ ୫୮୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ରହିଛି। କଳିଙ୍ଗପାଟଣମ୍ ଠାରୁ ୬୬୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସେହିପରି ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ପୂର୍ବ ସ୍ଥିତି ଉପରେ କଡା ନଜର ମଧ୍ୟ ରଖାଯାଇଛି ।

ତେବେ ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ। ଘଣ୍ଟାପ୍ରତି ୭୦ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। କାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ। ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଅପରପକ୍ଷେ ବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଥିବା ନେଇ ସୂଚନା ଦେଇଛି।

Latest Posts

Don't Miss