ଜଳୁଛି ପଶ୍ଚିମ ଓଡ଼ିଶା,୧୯ ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ ଆଲର୍ଟ
1 min read
ଭୁବନେଶ୍ବର: ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ତତଲା ସହର ପାଲଟିଛି ଝାରସୁଗୁଡ଼ା । ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୪୩.୮, ସମ୍ବଲପୁରରେ ୪୩.୬, ଚାନ୍ଦବାଲିରେ ୪୦, ବାଲେଶ୍ବରରେ ୩୯.୨, କେନ୍ଦୁଝରରେ ୩୯, ଭୁବନେଶ୍ବରରେ ୩୮.୮, ପୁରୀରେ ୩୫, ଗୋପାଳପୁରରେ ୩୪, ପାରାଦୀପରେ ୩୨.୬ ଡିଗ୍ରୀ ତାତି ରେକର୍ଡ ହୋଇଛି ।
ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ପୁଣି ଥରେ ଉପରମୁହାଁ ହୋଇଛି । ଆର୍ଦ୍ରତା ୪୫ ପ୍ରତିଶତ ଥିବାରୁ ଗୁଳୁଗୁଳି ଅଧିକ ହେଉଛି ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ ଆଲର୍ଟ ଜାରି ହୋଇଛି । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ ।
ସ୍ବାଭାବିକ ଠାରୁ ୬.୫ ଡିଗ୍ରୀ ଉପରେ ତାପମାତ୍ରା ରହିବ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ପଶ୍ଚିମ ଓଡ଼ିଶାରେ ବି ଅସହ୍ୟ ତାତି । ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ ।