ଆଗାମୀ ୪୮ ଘଣ୍ଟା ମଧ୍ୟରେ ହିମାଚଳରେ ପ୍ରବଳ ବର୍ଷା ଆଲର୍ଟ
1 min readଶିମଳା: ଦେଶରେ ପୁଣି ଥରେ ମୌସୁମୀ ବାୟୁ ସକ୍ରିୟ ହୋଇପଡିଛି । ଯାହା ଫଳରେ ପାହାଡିଆ ଅଞ୍ଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି ।
ଏଭଳି ସମୟରେ ହିମାଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏପରିକି ବାଦଲ ଫଟା ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯିବା ସହ ସତର୍କ ରହିବାକୁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି ।
ଉତ୍ତର ଭାରତରେ ମୌସୁମୀ ସକ୍ରିୟ-
ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ ବିଭାଗର ଜଣେ ବରିଷ୍ଠ ବୖେଜ୍ଞାନିକ କହିଛନ୍ତି ଯେ ରାଜସ୍ଥାନ ଓ ପଞ୍ଜାବର କିଛି ଅଂଶରେ ମୗେସୁମୀ ପହଞ୍ଚିଥିବା ବେଳେ ଦିଲ୍ଲୀରେ ସ୍ଥିତି ଅନୁକୂଳ ରହିଛି । ସେହିପରି ଉତ୍ତର ଭାରତର ଅନେକ ସ୍ଥାନରେ ମୗେସୁମୀ ସକ୍ରିୟ ହୋଇଛି, ଯେଉଁଥିରେ ହିମାଚଳ ଓ ଉତ୍ତରାଖଣ୍ଡ ରହିଛି ।
ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ନଦୀ କୂଳିଆ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଥିଲା ।
हिमाचल प्रदेश में तेज बारिश से आयी प्राकृतिक आपदा के संबंध में मैंने मुख्यमंत्री श्री @jairamthakurbjp जी से बात की है। राहत कार्यों के लिए NDRF की टीमें शीघ्र वहाँ पहुँच रही हैं। गृह मंत्रालय स्थिति को निरंतर मॉनिटर कर रहा है। केंद्र की ओर से हिमाचल को हर संभव मदद दी जाएगी।
— Amit Shah (Modi Ka Parivar) (@AmitShah) July 12, 2021
ତେବେ ବାଦଲ ଫଟା ବର୍ଷା ଘଟଣା ସମ୍ପର୍କରେ ଗୃହ ମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ସେ ଯଥାସମ୍ଭବ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ଯାହା ପରେ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ଅମିତ ଶାହ ।