ମହାମାରୀରେ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ରାମଦେବ, ଲାଗୁ ହେଉ ଦେଶଦ୍ରୋହ ମାମଲା

1 min read

ନୂଆଦିଲ୍ଲୀ: ବିବାଦରେ ବାବା ରାମଦେବ । ଏଲୋପାଥି ଏବଂ କୋଭିଡ ଭ୍ୟାକ୍ସିନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ବାବାଙ୍କୁ ଘେରିଛି ଭାରତୀୟ ମେଡିକାଲ ଆସୋସିଏସନ (IMA) । ପ୍ରଧାନମନ୍ତ୍ରୀଙ୍କୁ ଆସୋସିଏସନ ଚିଠି ଲେଖିବା ସହ ଯୋଗଗୁରୁ ବାବା ରାମଦେବଙ୍କ ଉପରେ ଦେଶଦ୍ରୋହ ମାମଲା ଲଗାଇବାକୁ ଦାବି କରିଛନ୍ତି । ସମଗ୍ର ଦେଶବାସୀ କୋଭିଡକୁ ନେଇ ଅସହ୍ୟ ଯନ୍ତ୍ରଣା ପାଉଥିବାବେଳେ ଅନେକ ଏହି ମହାମାରୀରେ ପରିଜନଙ୍କୁ ହରାଇଲଣି । କିନ୍ତୁ ଭ୍ୟାକ୍ସିନ ଉପରେ ଭରସା କରୁନଥିବା ବାବା ରାମଦେବ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି । ଏବଂ ମୃତ୍ୟୁ ଆଡକୁ ପାଛୋଟି ନେବାର ପ୍ରୟାସ କରୁଥିବା ଅଭିଯୋଗ ଆଣିଛି IMA ।

କିଛିଦିନ ହେବ ଯୋଗଗୁରୁ ବାବା ରାମଦେବ ଏବଂ ଭାରତୀୟ ମେଡିକାଲ ଆସୋସିଏସନ ମଧ୍ୟରେ ଲାଗି ରହିଛି ବାର୍ତ୍ତା ଯୁଦ୍ଧ । ଏଥିରେ କେବଳ ଆଇଏମଏ ନୁହେଁ ଦେଶର ଅଧିକାଂଶ ଡାକ୍ତର ମଧ୍ୟ ସାମିଲ ହୋଇଛନ୍ତି ଏଂବଂ ବାବାଙ୍କ ବୟାନକୁ ବିରୋଧ କରିଛନ୍ତି । କୋଭିଡ ସମୟରେ ନିଜ ଜୀବନକୁ ପଛ କରି ସମସ୍ତ ଡାକ୍ତର ଦେଶର ସେବାରେ ଲାଗିଛନ୍ତି । କୋଭିଡ ରୋଗୀଙ୍କ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଏପରି ସମୟରେ ମେଡିକାଲ ସାଇନ୍ସ ପ୍ରତି ବାବା ରାମଦେବଙ୍କୁ ବୟାନ ସେମାନଙ୍କ ମନୋବଳକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ବାବ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ କରିବା ସହ ଭ୍ୟକ୍ସିନ ଏବଂ ଭେଣ୍ଟିଲେଟରକୁ ନେଇ ଦେଇଥିଲେ ନକରାତ୍ମକ ବୟାନ । କୋଭିଡ ରୋଗୀଙ୍କ ଶରୀରରେ ଭେଣ୍ଟିଲେଟର ଲଗାଇବାର ଆବଶ୍ୟକ ନାହିଁ । ଯଦି ରୋଗୀମାନେ ଯୋଗ କରିବେ ତେବେ ଅକ୍ସିଜେନ ତୁରନ୍ତ କାର୍ଯ୍ୟକ୍ଷମ ହେବ । ବାବା ନିଜେ ଅକ୍ସିଜେନ କମିଯାଉଥିବା ରୋଗୀମାନଙ୍କର ଅକ୍ସିଜେନ ଲେଭଲ ବଢାଇଦେଉଥିବା କହିଥିଲେ । ସେହିପରି ବାବା ଏକଥା ମଧ୍ୟ କହିଥିଲେ, ଏକ ହଜାର ଡାକ୍ତର କୋଭିଡ ଭ୍ୟାକ୍ସିନ ନେବା ସ୍ବତେ ମୃତ୍ୟୁ ବରଣ କରିଛନ୍ତି । ରାମଦେବଙ୍କ ଏପରି ବୟାନ ଡାକ୍ତର ଏବଂ ରୋଗୀଙ୍କ ମନବୋଳକୁ ହ୍ରାସ ଘଟାଇଛି । ମାହାମାରୀ ସମୟରେ ବାବା ଭ୍ରମିତ କରାଉଛନ୍ତି । ତେଣୁ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଆଇଏମଏ ।

Leave a Reply