କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା, ଆସନ୍ତାକାଲି ଦେଶବ୍ଯାପୀ ଡାକ୍ତରଙ୍କ ଧର୍ମଘଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଦେଶବ୍ଯାପୀ ଡାକ୍ତରଙ୍କ ଧର୍ମଘଟ । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ବନ୍ଦ ଡାକରା ଦେଇଛି  ଭାରତୀୟ ମେଡିକାଲ ସଂଘ । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଓପିଡି ବନ୍ଦ ରହିବ ।  କାଲି ସକାଳ ୬ଟାରୁ ରବିବାର ସକାଳ ୬ଟା ଯାଏଁ ଓପିଡି ବନ୍ଦ ରଖିବାକୁ ଚେତାବନୀ ଦେଇଛି ଆଇଏମଏ । ଏପଟେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳୁଛି ଏସୟୁସିଆଇ । ବୁଧବାର ରାତିରେ କଲେଜରେ ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦରେ ଧର୍ମଘଟ କରାଯାଉଛି । ବନ୍ଦ ପାଳନ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି । ତେବେ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି । କଲେଜରେ ଭଙ୍ଗାରୁଜା ଘଟଣାରେ  ୪୦ରୁ ୫୦ ଜଣ ସଂପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ଯରୁ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ ।  ଭୁଲ କ୍ଯାମ୍ପେନ ଯୋଗୁ ଏଭଳି ସ୍ଥିତ ଉପୁଜିଥିଲା ବୋଲି ପୋଲିସ କହିଛି । ସେପଟେ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ସିବିଆଇକୁ କୋଲକାତା ପୋଲିସ ତରଫରୁ ସବୁ ତଥ୍ଯ ଓ କାଗଜପତ୍ର ଦିଆଯାଇଛି । ଦୋଷୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ।