spot_img

Latest Posts

ଭୁବନେଶ୍ବର ଆଇଏଲ୍‌‌ଏସ୍‌କୁ ସଫଳତା, ମସ୍ତିଷ୍କ ମ୍ୟାଲେରିଆ ପାଇଁ ପ୍ରସ୍ତୁତ ହେଲା ଔଷଧ

ଭୁବନେଶ୍ବର: ଭୁବନେଶ୍ବର ଆଇଏଲ୍‌‌ଏସ୍‌କୁ ସଫଳତା । ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ପ୍ରସ୍ତୁତ ହେଲା । ଜାପାନୀ ଜ୍ୱର ରୋଗରୁ ମଧ୍ୟ ଦେବ ସୁରକ୍ଷା । ଆଇଏଲ୍‌‌ଏସ୍‌‌ର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌‌ ବ୍ରେନ୍‌‌ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି।

ଏହା ଗୁରୁତର ମ୍ୟାଲେରିଆ ଓ ମସ୍ତିଷ୍କ ମ୍ୟାଲେରିଆରୁ ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ନାଗରାଜଙ୍କ ଟିମ୍‌‌ ଦାବି କରିଛନ୍ତି। ଏହି ଔଷଧର ନାମ ରହିଛି ଗ୍ରିସେଫୁଲଭିନ। ଅନୁମତି ମିଳିଲେ ଆଗକୁ ଏହାକୁ ରୋଗୀ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ଏହି ଔଷଧର ବଜାର ମୂଲ୍ୟ ଅପେକ୍ଷାକୃତ କମ୍‌‌ ରହିବ। ଉଭୟ ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇପାରିବ।

ପ୍ରଚଳିତ ଏସିଟି ସହିତ ନୂଆ ଔଷଧର ବ୍ୟବହାର କରାଯାଇ ପାରିବ। ଆଇଏଲ୍‌‌ଏସ୍‌‌ ବୈଜ୍ଞାନିକଙ୍କର ଏହି ଉଦ୍ଭାବନ ସମ୍ପର୍କିତ ସନ୍ଦର୍ଭ ଖ୍ୟାତନାମା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପତ୍ରିକା ନେଚର୍‌‌ରେ ପ୍ରକାଶିତ ହୋଇଛି।

Latest Posts

Don't Miss