କାମାକ୍ଷାନଗର ଦେଶୀ ବନ୍ଧୁକ କାରଖାନା ଠାବ: ଘଞ୍ଚ ଜଙ୍ଗଲରେ ମଧ୍ୟରେ ଚାଲିଥିଲା ବନ୍ଧୁକ ପ୍ରସ୍ତୁତି

କାମାକ୍ଷାନଗର: ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । ଏଥିସହିତ କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । ଦୀର୍ଘ ଦିନ ହେବ ମଙ୍ଗୁଳୁ ନିଜ ଘର ବାଡ଼ିରେ ଏହି ଦେଶୀ ବନ୍ଧୁକ ଗୁଡିକୁ ତିଆରି କରି ଆସୁଥିଲା ।

ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତିରେ ପରଜଙ୍ଗ ପୋଲିସ ଓ ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଛି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀକୁ ପୋଲିସ ଜବତ କରିଥିଲା । କଙ୍କଡ଼ାହାଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଭୁଟୁଭୁଟି ସାହି କଳା କାରବାର କରିବା ପାଇଁ ବେଶ ସହାୟ ହୋଇଥିବା ଜଣାପଡିଛି । ଅପହଞ୍ଚ ଇଲାକାରୁ ବଡ଼ ବଡ଼ ସହରକୁ ଏହି ବନ୍ଧୁକ ସପ୍ଲାଇର ଚେର ଲମ୍ବି ଥିବା ସୂଚନା ମିଳିଛି । ଏ ନେଇ ପରଜଙ୍ଗ ପୋଲିସ ଅଧିକ ଖୋଳତାଡ଼ କରି ତଦନ୍ତ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍: ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

Leave a Reply