ମଦ ମାଫିଆର କାରନାମା, ହ୍ୟାଣ୍ଡପମ୍ପରୁ ବାହାରିଲା ମଦ

ଭୋପାଳ : ମଧ୍ୟପ୍ରଦେଶର ଦତ୍ତିୟାରେ ଏଭଳି ଏକ ଅଜବ ଘଟଣା ଘଟିଛି ଯାହା ସାମ୍ନାକୁ ଆସିବା ପରେ ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ବାସ୍ତବରେ ଅବକାରୀ ବିଭାଗର ଦଳ ଯେତେବେଳେ ବେଆଇନ ଭାବରେ ପ୍ରସ୍ତୁତ ହେଉଥିବା ମଦକୁ ଜବତ କରିବା ପାଇଁ କଞ୍ଜର ଡେରା ନାମକ ଗାଁରେ ପହଞ୍ଚିଲେ ସେତେବେଳେ ମାଟିତଳେ ମଦ ଲୁଚାଇ ରଖିଥିବା ଜାଣିବାକୁ ପାଇଲେ । ସେହି ମଦକୁ ଏକ ଛୋଟ ହ୍ୟାଣ୍ଡପମ୍ପ ମାଧ୍ୟମରେ ବାହାର କଲେ । ଏହି ସବୁ ମଦକୁ ମାଟି ତଳେ ପୋତି ରଖାଯାଇଥିଲା ।

ଅବକାରୀ ବିଭାଗ ଏବଂ ପୋଲିସ ଟିମ୍ ଏକ ବଡ଼ ଧରଣର ତଦନ୍ତ କରି ଚୀନା ଦିଗୁବାଁ ଗାଁରେ ବେଆଇନ ମଦ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ଉପକରଣକୁ ଜବତ କରିଛନ୍ତି । ଉକ୍ତ ଅଞ୍ଚଳରୁ ଅବକାରୀ ବିଭାଗର ଟିମ୍ ପ୍ରାୟ ୬ ହଜାର କଲୋଗ୍ରାମ ଗୁଡ଼, ଲାହନ ସହିତ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛନ୍ତି।

ସବୁଠାରୁ ଖାସ କଥା ହେଉଛି ଶହଶହ ଲିଟର ମଦ ମାଟିତଳେ ପୋତି ରଖା ଯାଇଥିଲା । କିନ୍ତୁ ହ୍ୟାଣ୍ଡପମ୍ପ ମାଧ୍ୟମରେ ଗଚ୍ଛିତ ମଦକୁ ନଷ୍ଟ କରିଦିଆଯାଇଛି । ବେଆଇନ ମଦ ମାମଲାରେ ପୋଲିସ ୬ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ତେବେ ଜିଲ୍ଲା ଅବକାରୀ ଅଧିକାରୀ ନିଧି ଜୈନ ତଦନ୍ତ ସମୟରେ ଏଠାକାର ପିଲାଙ୍କୁ ସାକ୍ଷାତ କରିଛନ୍ତି ଏବଂ ଖରାପ କାମ ଛାଡ଼ି ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply