ବେଆଇନ ଯାନବାହନ ଚଳାଚଳରେ ଲାଗିବ ରୋକ୍, ସରକାରଙ୍କ ପକ୍ଷରୁ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ‌ ଗଠନ

1 min read

ଭୁବନେଶ୍ୱର: ରାଜରାସ୍ତାରେ ବେଧଡକ ଚାଲୁଛି ବେନିୟମ ଯାନବାହାନ । ନମ୍ବର ନାହିଁ କି ପରମିଟ୍‌ ବି ନାହିଁ । ପରିବହନ ନିୟମର ହେଉଛି ଖୋଲାଖୋଲି ଉଲଂଘନ । ସପ୍ତାହକ ମଧ୍ୟରେ ଜବତ ହେଲାଣି ୮ ଯାତ୍ରୀବାହୀ ବସ୍ । କରୋନା କାଳରେ ଚାଲିଛି ବେନିୟମ ବସ୍‌ କାରବାର । ବିନା ପରମିଟ୍‌, ବିନା ଟିକସ ଏପରିକି ବିନା ନମ୍ବରରେ ରାଜରାସ୍ତାରେ ଗଡୁଛି ଯାତ୍ରୀବାହୀ ବସ୍ । ପରିବହନ ବିଭାଗର ସବୁ ନିୟମକୁ କରାଯାଉଛି ଖୋଲାଖୋଲି ଉଲଂଘନ ।

 

ଏସବୁକୁ ଧରିବାକୁ ଗଠିତ ହୋଇଛି ଜଏଣ୍ଟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ନିୟମିତ ଜାରି ରହିଛି ଚଢଉ । ସପ୍ତାହକ ମଧ୍ୟରେ ଧରାପଡିଲାଣି ୮ଟି ଯାତ୍ରୀବାହୀ ବସ୍‌ । ପୂର୍ବରୁ ୩ଟି ବସ୍‌ ଧରାପଡିଥିବା ବେଳେ ସେମାନଙ୍କ ଠାରୁ ୭ଲକ୍ଷରୁ ଅଧିକ ଟଙ୍କାର ଚାଲାଣ କଟାଯାଇଛି । ଏବେ ପୁଣି ଧରାପଡିଛି ୫ଟି ବସ୍‌ । ଆରଟିଓ-୧ ଦ୍ୱାରା ୩ଟି ଓ ଆରଟିଓ-୨ ଦ୍ୱାରା ଆଉ ୨ଟି ବସ୍‌ ଜବତ ହୋଇଛି । ଟ୍ୟୁରିଷ୍ଟ ପରମିଟ୍‌ରେ ଆନ୍ଧ୍ରରୁ ଓଡିଶା ଯାତାୟତ କରୁଥିବା ବସ୍‌ ସହିତ ରାଜ୍ୟ ଭିତରେ ଚଳାଚଳ କରୁଥିବା ବସ୍‌ ମଧ୍ୟ ଏଥିରେ ସାମିଲ ରହିଛି ।

 

ସେପଟେ ପରିବହନ ବିଭାଗ ପକ୍ଷରୁ ଜାରି ରହିଥିବା ଚଢଉକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏପରିକି ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ଏହି ଚଢଉକୁ ବହୁ ପୂର୍ବରୁ କରିବା ଉଚିତ ଥିଲା ବୋଲି ମତ ଦେଇଛନ୍ତି । ଗାଡିର କାଗଜପତ୍ର ସଠିକ୍‌ ନଥାଇ ଚଳାଚଳ ଦ୍ୱାରା କେବଳ ସରକାରଙ୍କ ରାଜସ୍ୱ ହାନୀ ହେଉଛି ଏହା ନୁହେଁ ବରଂ ଯାତ୍ରୀ ମଧ୍ୟ ଅସୁରକ୍ଷିତ । କେବଳ ଯାତ୍ରୀବାହୀ ବସ୍‌ ନୁହେଁ ବରଂ ମାଲବାହୀ ବା ଭାରୀଜାନ କ୍ଷେତ୍ରରେ ମଧ୍ୟ ଅନୁରୁପ ଅଭିଯୋଗ ରହିଛି ।

Leave a Reply