ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି , ସିବିଟି ଏଣ୍ଟ୍ରାନ୍ସରେ ଲାଞ୍ଚ ଅଭିଯୋଗ

ଭୁବନେଶ୍ୱର: ଇନିସିଆଲ ଆପୋଏଣ୍ଟି ଟିଚର ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ । ଶିକ୍ଷକ ନିଯୁକ୍ତି ପାଇଁ ହୋଇଥିବା ସିବିଟି ଏଣ୍ଟ୍ରାନ୍ସ କରାଇଥିବା ସଂସ୍ଥାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ନଅ ତାଲା ଘେରାଉ କରିଥିଲେ ପରୀକ୍ଷାର୍ଥୀ । ପରୀକ୍ଷା ଆଡମିଟ କାର୍ଡରେ ଅନେକ ତ୍ରୁଟି ଥିବା ବେଳେ ପରୀକ୍ଷା ସମୟରେ ବାରମ୍ବାର କମ୍ପ୍ୟୁଟର ବନ୍ଦ ହେବା ଯୋଗୁ ପରୀକ୍ଷାରେ ବାଧା ଉପୁଜିଥିଲା ।

କେହି ବ୍ୟକ୍ତି ଦଶ ଲକ୍ଷ ଟଙ୍କା ନେଇ ସିବିଟି ପରୀକ୍ଷା ପାସ୍‌ କରାଉଥିବାର ଅଡିଓ, ଭିଡିଓ ମଧ୍ୟ ଭାଇରାଲ ହେଉଛି । ଅନେକ ପିଲା ପୂର୍ବରୁ ଦେଇଥିବା ପରୀକ୍ଷାରେ ଭଲ ନମ୍ବର ରଖିଥିବା ବେଳେ ସିବିଟି ଏଣ୍ଟ୍ରାନ୍ସରେ ଫେଲ ହୋଇଛନ୍ତି । ତେଣୁ କେତେକ ପରୀକ୍ଷା କେନ୍ଦ୍ରରେ ସାଧୁତା ରକ୍ଷା କରାଯାଇ ନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ।