ଦୀପାବଳି ପୂର୍ବ ରାତିରେ ଥରିଲା ଗାଁ; ଲୋକଙ୍କ ମଧ୍ୟରେ ଆତଙ୍କ

1 min read

ଧର୍ମଗଡ଼: ବେଆଇନ୍ ପଥର ବ୍ଲାଷ୍ଟିଂକୁ ନେଇ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ । ଜୟପାଟଣା ତହସିଲ ଅନ୍ତର୍ଗତ ରଣମାଲ ପଞ୍ଚାୟତ ଲାଣ୍ଡିମୁଣ୍ଡି ଡୋଙ୍ଗରେ ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ସନ୍ଧ୍ୟା ୬ଟା ୩୦ରେ ବେଆାଇନ୍ ଭାବେ ପଥର ବ୍ଲାଷ୍ଟିଂ ଚାଲିଥିଲା । ଫଳରେ ଡୋଙ୍ଗର ପାଖାପାଖି ୭ କିଲୋମିଟର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଦ୍ୱାରା ଘର ଗୁଡ଼ିକରେ ଫାଟ ହେବା ସହ ଲୋକମାନ ଭୟଭୀତ ହୋଇ ପଡିଥିଲେ ।

ପଥର ବ୍ଲାଷ୍ଟିଂ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିବା ସହ ବ୍ଲାଷ୍ଟିଂ କରୁଥିବା କମ୍ପ୍ରେସର ଗାଡ଼ିକୁ ଅଟକ ରଖିଥିଲେ । ଖବର ପାଇ ଜୟପାଟଣା ତହସିଲଦାର ତଦନ୍ତ କରିବାକୁ ଯାଇଥିଲେ । ଉତ୍ତ୍ୟକ୍ତ ଲୋକ ତହସିଲଦାରଙ୍କୁ ଅଟକ ରଖିବା ସହ ବେଆଇନ ପଥର ବ୍ଲାଷ୍ଟିଂ କରୁଥିବା ବ୍ୟକ୍ତିକୁ ଗିରଫ ଦାବି କରିଥିଲେ । ଅଞ୍ଚଳରେ ଚାଲିଥିବା ୪ଟି କ୍ରସର ୟୁନିଟକୁ ବନ୍ଦ କରିବା ପାଇଁ ଦାବି କରିଥିଲେ । ଅନ୍ୟପଟେ ପଥର ବ୍ଲାଷ୍ଟିଂ ପାଇଁ କାହାକୁ ଅନୁମତି ଦିଆଯାଇନାହିଁ ବୋଲି ତହସିଲଦାର କହିବା ସହ ଦୋଶି ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନୀବଜିବ ବୋଲି କହିଛନ୍ତି 

')}

Leave a Reply