ବାହାର ରାଜ୍ୟକୁ ଚାଲାଣ ବେଳେ ଜବତ ହେଲା ବସ୍ତା ବସ୍ତା ଗେଣ୍ଡା

1 min read

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲଗେଟରୁ ବସ୍ତା ବସ୍ତା ଗେଣ୍ଡା ଜବତ ହୋଇଛି । ଧାମରାରୁ କୋଲକାତାକୁ ଚାଲାଣ ବେଳେ ୨ଟି ଯାତ୍ରୀବାହୀ ବସରୁ ଗେଣ୍ଡା ଜବତ କରିଛି ଖନ୍ତାପଡ଼ା ପୋଲିସ । ଏଥି ସହ ପୋଲିସ ଗେଣ୍ଡା ଚାଲାଣ ହେଉଥିବା ବସ ୨ଟିକୁ ଜବତ କରିଛି । ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ୧୬ ନମ୍ବର ଜାତୀୟ ରାଜପଥରେ ସାମୁଦ୍ରିକ ଗେଣ୍ଡା ବାହାର ରାଜ୍ୟକୁ ଚୋରାଚାଲାଣ ହେଉଥିଲା । ଗେଣ୍ଡାରୁ ବଭିନ୍ନ ପ୍ରକାରର ମେଡିସିନ୍ ତିଆରି ହେଉଥିବାରୁ କୋଲକାତାର ଏକ କଂପାନିକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।

ଗତକାଲି ରାତିରେ ଖନ୍ତାପଡ଼ା ଥାନା ପକ୍ଷରୁ ଏକ ସ୍କ୍ୱାଡ୍ ଗଠନ କରାଯାଇ ଶେରଗଡ଼ ଟୋଲ ଗେଟ୍ ନିକଟରେ ସନ୍ଦିଗ୍ଧ ଗାଡ଼ି ଯାଞ୍ଚ କରାଯାଇଥିଲା । ତେବେ ଧାମରାରୁ କୋଲକାତା ଅଭିମୁଖେ ଯାଉଥିବା ବାବାମଣି ବସ ଏବଂ ନିଗମ ବସରେ ଏସବୁ ଗେଣ୍ଡା ଯାଉଥିଲା । ବସରୁ ୫୦ରୁ ଅଧିକ ଜରି ବସ୍ତାରେ ଏହି ଗେଣ୍ଡା ଗୁଡିକୁ ଚାଲାଣ କରାଯାଉଥିଲା । ପୋଲିସ ଉଭୟ ଗେଣ୍ଡା ଓ ବସକୁ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ')}

Leave a Reply