ବେଆଇନ ବଜ୍ରକାପ୍ତା କାରବାର: ମୂଲଚାଲ ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌

1 min read

ଭୁବନେଶ୍ୱର: ଖୋର୍ଦ୍ଧାରୁ ବଜ୍ରକାପ୍ତା ଉଦ୍ଧାର । ମୂଲଚାଲ ବେଳେ ଚଢାଉ କରି ୨ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ବ୍ୟବସାୟୀ ହେଲେ କଳାହାଣ୍ଡି ଏମ୍‌. ରାମପୁରର କୈଳାସ ଖୋସଲା ଓ ନବରଙ୍ଗପୁର ପାପଡାହାଣ୍ଡିର ଚୈତନ୍ୟ ଭତ୍ରା । ଉଦ୍ଧାର ବଜ୍ରକାପ୍ତାର ଓଜନ ପ୍ରାୟ ୧୦ କେଜି ହେବ । ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ଏସଟିଏଫ୍ ଚଢ଼ାଉ କରି ୨ବ୍ୟବସାୟୀଙ୍କୁ ଗିରଫ କରିଛି ।

ଖୋର୍ଦ୍ଧା ଗୁରୁଜଙ୍ଗ ପିତାପଲ୍ଲୀ ପାଖରେ ବଜ୍ରକାପ୍ତା ବିକ୍ରି ପାଇଁ ହେଉଥିଲା ଡିଲ୍ । ଉଦ୍ଧାର ବଜ୍ରକାପ୍ତାକୁ ଖୋର୍ଦ୍ଧା DFOଙ୍କୁ ହସ୍ତାନ୍ତର କରାଯାଇଛି । ଗତ ଏକବର୍ଷ ମଧ୍ୟରେ ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ହରିଣ ଛାଲ, ୫ ବଜ୍ରକାପ୍ତା ଓ ୧୫କେଜି ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ୍ । ଘଟଣାରେ ସମ୍ପୃକ୍ତ ୩୫ ଜଣ ଶିକାରୀ ଓ ଚୋରାଚାଲାଣକାରୀ ଗିରଫ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କାମାକ୍ଷାନଗର ଦେଶୀ ବନ୍ଧୁକ କାରଖାନା ଠାବ: ଘଞ୍ଚ ଜଙ୍ଗଲରେ ମଧ୍ୟରେ ଚାଲିଥିଲା ବନ୍ଧୁକ ପ୍ରସ୍ତୁତି

 

Leave a Reply