ବେଆଇନ ଖଣି ଖନନ ମାମଲା କେସ୍‌ର ଶୁଣାଣି ଶେଷ, ୩ ଖଣିର ଜବତ ହେବ ସମ୍ପତ୍ତି

କେନ୍ଦୁଝର: ବେଆଇନ ଖଣି ଖନନ ମାମଲାର ଶୁଣାଣି । ଜବତ ହେବ ୩ ଖଣିର ସମ୍ପତ୍ତି । ୫ ଖଣି ମାଲିକଙ୍କ କେସ୍‌ର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ । ଆଜି ଏସଡି ଶର୍ମା, ଜିଏସଆଇ, ଅର୍ଜୁନ ଲୋଧା ଏବଂ ମେସ୍କୋର ୨ଟି ଖଣିର ଚୂଡାନ୍ତ ଶୁଣାଣି ହୋଇଛି ।

ତେବେ ଜରିମାନା ଦାଖଲ ନକରିଥିବାରୁ ଏସ୍‌ଡି ଶର୍ମା, ଜିଏସଆଇ ଏବଂ ଅର୍ଜୁନ ଲୋଧାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ  ଓ୍ୱାରେଣ୍ଟ ଜାରି କରିଛନ୍ତି  ଜିଲ୍ଲାପାଳଙ୍କ କୋର୍ଟ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେସ୍କୋ ଖଣିରେ ଗଚ୍ଛିତ ଖଣିଜ ପଦାର୍ଥ ବିକ୍ରୟ କରି ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ହୋଇଛି ।

୩୧ ଖଣିର ୨୩ ଜଣ ଲିଜଧାରୀଙ୍କ ବିରୋଧରେ ୬୩୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ନୋଟିସ କରାଯାଇଥିଲା । ତେବେ ଏବେ ଯାଏ ୭୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କୋର୍ଟରେ ଜମା ହୋଇସାରିଲାଣି ।

Leave a Reply