ପାଉଁରୁଟି କାରଖାନାରେ ବେଆଇନ ମଦ ପ୍ରସ୍ତୁତି

ବ୍ରହ୍ମପୁର: ପାଉଁରୁଟି କାରଖାନାରେ ବେଆଇନ ମଦ ପ୍ରସ୍ତୁତି । ବ୍ରହ୍ମପୁର ଫାଷ୍ଟଗେଟ୍ ଓମ ନଗରରେ ରେଡ୍ । ନକଲି ବିଦେଶୀ ମଦ ପ୍ରସ୍ତୁତି ବେଳେ ବଡ଼ବଜାର ଥାନା ପୋଲିସ ଚଢାଉ କରିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହିତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତ ଦୁଇ ଭାଇ ହୋଇଥିବା ସୂଚନା ମିଳିଛି । ଅଟକ ବ୍ୟକ୍ତି ହେଲେ ତାରିଣୀ ଜେନା ଓ ମିଟୁ ଜେନା । ଘଟଣାସ୍ଥଳରୁ ୧୦ ପେଟି ବିଦେଶୀ ନକଲି ମଦ, ୧୦ରୁ ଅଧିକ ବସ୍ତା ମଦ ବୋତଲ, ଠିପି, ସିଲ୍ ଜବତ ହୋଇଛି । ୩ ଲିଟର କାରାମେଲ, ୬ ପେଟି ହୋମିଓପାଥି ସ୍ପିରିଟ ସହ ବହୁ ନକଲି ସାମଗ୍ରୀ ଜବତ କରିଛି ପୋଲିସ ।