ପାନ ଦୋକାନରେ ବିକୁଥିଲେ ବେଆଇନ କଫ୍‌ସିରପ୍‌, ଧରାପଡ଼ି ଜେଲ୍‌ ଗଲେ

ବଲାଙ୍ଗିର: ପାନ ଦୋକନରୁ ଜବତ ହେଲା ବେଆଇନ କଫ୍‌ସିରପ୍‌ । ନିଶାଖୋର ବ୍ୟକ୍ତିଙ୍କୁ ଏହି ସବୁ କଫ୍‌ସିରପ୍‌କୁ ବ୍ୟବସାୟ  କରାଯାଉଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ଏହା ସହ ବ୍ୟାପକ ପରିମାଣରେ ଗଞ୍ଜେଇ ମଧ୍ୟ ଜବତ ହୋଇଛି ପାନ ଦୋକାନରୁ । ଏଭଳି ଏକ ଘଟଣା ବଲାଙ୍ଗିର ସହରରେ ଦେଖିବକୁ ମିଳିଛି ।

ସୂଚନା ଅନୁଯାୟୀ, ଆଜି ବଲାଙ୍ଗିର ପୋଲିସ ସରକାରୀ ବସଷ୍ଟାଣ୍ଡ ପଛପଟ ନରସିଂହ ମନ୍ଦିର ଆଗରୁ ଏକ ପାନଦୋକାନରୁ  ବ୍ୟାପକ ମାତ୍ରାରେ କଫସିରଫ ଜବତ କରିଛି । ଏହା ସହ ଅଧକେଜି ଗଞ୍ଜେଇ ସମେତ ବ୍ୟାପକ ମାତ୍ରାରେ ଗଞ୍ଜେଇ ସିଗାରେଟ ଜବତ କରିଛି ।

ପାନ ଦୋକାନରେ ବେଆଇନ ନିଶା କାରବାର କରୁଥିବା ମାଫିଆ ସମୀର ନାରାୟଣ ନାୟକକୁ ପୋଲିସ ଗିରଫ କରିଥିବା ବେଳେ ଦୁଇଜଣ ସହଯୋଗୀ ଧରଣୀଧର ସାହୁ ଓ ପଙ୍କଜ ସାହୁକୁ ଥାନାରେ ଅଟକ ରଖିଛି ।

ଗତ ଦୁଇମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦ହଜାରରୁ ଅଧିକ ବୋତଲ କଫସିରଫ ଜବତ କରି ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରିଛି।

Leave a Reply