ଜବତ ହେଲା ୫ଲକ୍ଷର ବେଆଇନ ବାଣ

1 min read

ଦୀପାବଳିକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି କଟକର ବିଭିନ୍ନ ବାଣ ଦୋକାନ ଉପରେ ଚଢ଼ାଉ ହୋଇଛି  । ବିନା ଲାଇସେନ୍ସ ପ୍ରାପ୍ତ ଗୋଦାମରେ ତିଆରି ହେଉଥିଲା ଲକ୍ଷ ଳକ୍ଷ ଟଙ୍କାର ବେଆଇନ୍‌ ବାଣ । ଯାହାକୁନେଇ କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ଏହି ଚଢ଼ାଉ କରାଯାଇଛି  । କଟକ ଜଗତପୁର ଥାନା ପକ୍ଷରୁ ଏହି ଚଢ଼ାଉ ହୋଇଛି  ।

ଚଢ଼ାଉ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ୍‌ ବାଣ ଜବତ କରାଯାଇଛି  । ସୂଚନା ମୁତାବକ ପୋଲିସ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ  ବାଣ ଗୋଦାମ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ସକାଳେ ପୁଲିସ୍ ଏହି ସବୁ ସ୍ଥାନରେ  ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ପୁଲିସ୍ ଏସିପି ଓ ଆଇଆଇସି ସାମିଲ ହୋଇଥିଲେ। ଗତ ସପ୍ତାହରେ ତ୍ରିଲୋଚନପୁର ଏବଂ ମହାଜନପୁର ଅଞ୍ଚଳରେ ପୋଲିସ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ୧୨ ଜଣଙ୍କୁ ଗିରଫ କରିଥିଲା  ।

')}

Leave a Reply