ସାରୁଅରେ ଓଟିଭି ନିର୍ମାଣ କରିଥିବା ବେଆଇନ୍ ପାଚେରିକୁ ଭାଙ୍ଗିଲା ପ୍ରଶାସନ

1 min read
Illegal Boundary Constructed By OTV In Sarua Demolished By Khordha Dist Administration

ଖୋର୍ଦ୍ଧା: ସାରୁଅରେ ଜମି ଜାଲିଆତି ଧରା ପଡ଼ିବା ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଆଜି ସକାଳେ ମଲ୍ଲିକ ସାହିରେ ଓଟିଭି କରିଥିବା ମହିଳା ସମିତି କାର୍ଯ୍ୟାଳୟର ବେଆଇନ୍ ପାଚେରିକୁ ଭାଙ୍ଗି ଦିଆଯାଇଛି । ଗତ ଫେବ୍ରୁଆରୀରେ ଚଞ୍ଚକତା କରି ଏଠି ଘର କରିବା ସହିତ ଚାଷ ଜମିକୁ ପାଣି ଅବରୋଧ କରିଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ତେବେ ବାଘମାରୀ ଥାନାରେ ଓଟିଭି ଏମଡି ଜଗି ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ ପାଇଁ ଯାଇଥିବା ଖୋର୍ଦ୍ଧା ଏସଡିପିଓଙ୍କୁ ସେ ସହଯୋଗ କରିନାହାଁନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ସକାଳ ପ୍ରାୟ ୬ଟା- ସାରୁଅ ମଲ୍ଲିକ ସାହିରେ ପହଞ୍ଚିଯାଇଥିଲା ପ୍ରଶାସନର ଟିମ । ଏହାପରେ ଓଟିବି କରିଥିବା ମହିଳା ସମିତି ବିଲ୍ଡିଂର ପାଚେରିକୁ ଭଙ୍ଗାଯାଇଥିଲା । ପାଚେରି ଭାଙ୍ଗି ଜଳ ଅବରୋଧ ହଟାଇବା ତଥା ଚାଷ ଜମିକୁ ରାସ୍ତା ଖୋଲିବାକୁ ଉଦ୍ୟମ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ମହିଳା ସମିତି ଜରିଆରେ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇ ଜମି କିଣିଥିଲା ଓଟିଭି । ହେଲେ ନିର୍ମାଣ କାମ ସରିବା ପରେ, ଅଫିସରେ ତାଲା ମାରିଦେଇ ଉଭାନ ହୋଇଯାଇଥିଲା । ଆଉ ଲୋକଙ୍କ ପ୍ରବେଶ ନିଷେଧ ପାଇଁ କୋଠା ଚାରିପଟେ ବୁଲାଇ ଦେଇଥିଲା ପାଚେରୀ । ଏପରିକି ଜମି ହଡ଼ପ ପାଇଁ ପୋଖରୀ ବି ଘେରାବନ୍ଦୀ କରାଯାଇଥିଲା ।

Illegal Boundary Constructed By OTV In Sarua Demolished By Khordha Dist Administration

ଫଳରେ ଚାଷ ଜମିକୁ ପାଣି ଗଲାନି । ପାଣି ବି ଦୂଷିତ ହେଲା । ପଡ଼ିଆ ପଡ଼ିଲା ଚାଷ ଜମି । ଏ ନେଇ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଥିଲେ ମଲ୍ଲିକସାହି ଲୋକେ । ମାପଚୁପ୍ ପରେ ଧରା ପଡ଼ିଥିଲା ଓଟିଭିର ଚଞ୍ଚକତା । ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ପାଚେରି ଭଙ୍ଗା ଯାଇଛି । ଢୁ ଢୁ ବର୍ଷାରେ ପାଚେରିକୁ ଭାଙ୍ଗିଦେଇ ପ୍ରଶାସନ ମାଟିରେ ମିଶାଇ ଦେଇଛି ।

Illegal Boundary Constructed By OTV In Sarua Demolished By Khordha Dist Administration

ପ୍ରଶାସନର ପାଚେରି ଭଙ୍ଗା କାମକୁ ଜମି ହରେଇଥିବା ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି । ଜବରଦଖଲ ଜମିରେ ବହୁ ସମୟ ଧରି କିଛି ଲୋକ ଓଟିଭି, ବୈଜୟନ୍ତ ଓ ଜଗି ବିରୋଧୀ ନାରା ଦେଇଥିଲେ ।

Illegal Boundary Constructed By OTV In Sarua Demolished By Khordha Dist Administration

ଏଠାରେ ସରିନି ଓଟିଭିର ଅଡ଼ୁଆ । ବାଘମାରୀ ଥାନାରେ ଜଗି ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କ ନାଁରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ ବି ଆରମ୍ଭ ହୋଇଛି । ଆଜି ଖୋର୍ଦ୍ଧା ଏସଡିପିଓ ବ୍ୟକ୍ତିଗତ ଭାବେ ସାରୁଅ ଓଟିଭି ଷ୍ଟୁଡିଓ ଯାଇଥିଲେ । ରନ୍ଧିର ବରିଷ୍ଠ ନାଗରିକ ହୋଇଥିବାରୁ, କୋଭିଡ୍ ନିୟମ ପାଳନ କରି ଥାନାକୁ ଡକାଇବା ବଦଳରେ ନିଜେ ପଚରାଉଚରା ପାଇଁ ଯାଇଥିଲେ ଏସଡିପିଓ । ଗତକାଲି ଏ ନେଇ ଫୋନ ଯୋଗେ ସୂଚନା ବି ଦିଆଯାଇଥିଲା । ହେଲେ ପାଖାପାଖି ୩ ଘଣ୍ଟା ଅପେକ୍ଷା କରିବା ପରେ ବି ରନ୍ଧିର ଆସିନଥିଲେ । ଆସନ୍ତାକାଲି ପୁଣି ଆସିବା ନେଇ ଓଟିଭି ଷ୍ଟୁଡିଓ ବାହାରେ ଲଟକା ଝୁଲାଇ ବିରକ୍ତ ହୋଇ ଚାଲିଯାଇଥିଲେ ଏସଡିପିଓ ।

Illegal Boundary Constructed By OTV In Sarua Demolished By Khordha Dist Administration

ଆସନ୍ତାକାଲି ରନ୍ଧିର ସହଯୋଗ ନ କଲେ, ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବ ଖୋର୍ଦ୍ଧା ପୋଲିସ । ଅନ୍ୟପଟେ ପାଚେରା ଦ୍ୱାରା ଘେରାବନ୍ଦୀ ହୋଇଥିବାରୁ ଆଉ କେଉଁ ଲୋକଙ୍କ ଜମିରେ ଚାଷ ହୋଇ ପାରୁନି, ତାହାର ଯାଞ୍ଚ କରୁଛି ଜିଲ୍ଲା ପ୍ରଶାସନ । ଏହି ଉଚ୍ଛେଦ କାର୍ଯ୍ୟ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।

Leave a Reply