ଅଲ୍ଲା-ହୁ-ଅକବର କହି ମନ୍ଦିରରେ ପଶିଲେ ଇଞ୍ଜିନିୟର, ହାତରେ ଥିଲା ହତିଆର 

1 min read

ଗୋରଖପୁର: ସ୍ଥାନୀୟ ଗୋରଖନାଥ ମନ୍ଦିରରେ ରବିବାର ରାତିରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଏଡିଜିର ଲ ଆଣ୍ଡ ଅର୍ଡର୍ ପ୍ରଶାନ୍ତ କୁମାର କହିଛନ୍ତି, ଆକ୍ରମଣକାରୀ ଅହମଦ ମୁର୍ତଜା ଅବ୍ବାସୀର ଲାପଟପରୁ କିଛି ତଥ୍ୟ ମିଳିଛି । ଯାହା ଆଧାରରେ ଏହାକୁ ଆତଙ୍କବାଦୀ ଆକ୍ରମଣ କୁହାଯାଇପାରେ । ଏଟିଏସ୍ ଓ ଏସଟିଏଫ୍ ମିଳିତ ଭାବେ ଆକ୍ରମଣର ଯାଞ୍ଚ କରୁଛି ।

ସୂଚନା ଅନୁଯାୟୀ, ଆକ୍ରମଣକାରୀ ଅବ୍ବାସୀ ୨୦୧୫ ମସିହାରେ ମୁମ୍ବାଇର ଆଇଆଇଟିରୁ କେମିକାଲ୍ ଇଞ୍ଜିନିୟରିଂ ପଢିଥିଲେ । ଆଜି ଏହି ଆକ୍ରମଣର ୩୪ ସେକେଣ୍ଡର ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ହାତରେ ହତିଆାର ଧରିଥିବା ନଜର ଆସୁଛି । ଯାହା ପରେ ରାତି ୭ଟା ୨୦ମି.  ସମୟରେ PAC ଯବାନଙ୍କ ଉପରେ ଆକ୍ରମଣ ବେଳେ ପୋଲିସ କର୍ମୀ ଘଟଣାସ୍ଥଳରୁ ଦୌଡି ପଳାଉଥିବା ଦେଖିବାକୁ ମିଳିଛି ।

ମନ୍ଦିରର ମୁଖ୍ୟ ପଶ୍ଚିମ ଗେଟରୁ ନେଇକି ପରିସର ଭିତର ଯାଏଁ ଆତଙ୍କ ରଚାଇଥିଲା ସଦିଗ୍ଧ ଜଣକ । ଅନୁରାଗ ନାମକ ଜଣେ ପୋଲିସ କର୍ମୀ ତାକୁ କାବୁ କରିବାରେ ସଫଳ ହୋଇଥିଲେ।

ଅପରପକ୍ଷେ ଏହି ଆକ୍ରମଣରେ ଦୁଇଜଣ ପିଏସି ଏବଂ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ଘଟଣାରେ ଏସିଏସ୍ (ହୋମ୍) ଅବନିଶ ଅବସ୍ତି କହିଛନ୍ତି ଯେ ସେମାନଙ୍କ ସାହସିକତା ପାଇଁ ଆକ୍ରମଣକାରୀ ମନ୍ଦିରରେ ପ୍ରବେଶ କରିପାରିନାହାଁନ୍ତି । ଏହି ୩ ବୀର ଯବାନଙ୍କୁ ୫ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।