ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରି ଟ୍ରୋଲ ହେଉଛନ୍ତି IIT ବାବା

1 min read

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି IIT ବାବା । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଥିଲେ ବାବା । ଯେଉଁଥିରେ ସେ ସାମ୍ବାଦିକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ଜିତିବ ବୋଲି କହିଛନ୍ତି । ବିରାଟ-ଜାଡେଜା ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ଜିତିବ ନାହିଁ ବୋଲି କହିଛନ୍ତି ବାବା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ବାବାଙ୍କୂ ଟ୍ରୋଲ କରାଯାଉଛି । ୟୁଜର୍ସମାନେ ତାଙ୍କୁ ନେଇ ବିଭିନ୍ନ ଫଟୋ ଏବଂ ଭିଡିଓ ଏଡିଟ୍ କରି ଟ୍ରୋଲ କରାଯାଉଛି ।

କହି ରଖୁଛୁ କି, ଏକ ଗଣମାଧ୍ୟମର ପ୍ରତିନିଧି ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କିଏ ଜିତିବ ଆପଣଙ୍କ ଭବିଷ୍ୟବାଣୀ କଣ କହୁଛି ବୋଲି ପଚାରିଥିଲେ ? ଯେଉଁରେ ସେ କହିଥିଲେ କି, ଯଦି ଭଗବାନ ସତ ତାହେଲେ ଏଥରକ ଭାରତ କେବେ ମଧ୍ୟ ଜିତିବ ନାହିଁ । ଯାହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀମାନେ ବେଶ ଉତକ୍ଷିପ୍ତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । କହିଛନ୍ତି କି, ମ୍ୟାଚ ସରୁ ତାପରେ ଦେଖିବା । ତେବେ ମହାକୁମ୍ଭ ମେଳାରୁ ଭାଇରାଲ ହୋଇଥିବା ଏହି ଆଇଆଇଟି ବାବା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।