ମେ’ 27ରୁ IIG ସ୍ପୋର୍ଟସ୍ ଏକାଡେମୀରେ ଜୁନିୟର୍ ଓପନ ଟେନିସ୍ ଚାମ୍ପିଅନସିପ୍

1 min read

ଭୁବନେଶ୍ୱର: ଓଡିଶା ଟେନିସ୍ ଆସୋସିଏସନ୍ ଆନୁକୂଲ୍ୟରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ K.T ଗ୍ଲୋବାଲ୍ ସ୍କୁଲ୍ ପରିସରରେ ମେ’ ମାସ 27 ରୁ 29 ପର୍ଯ୍ୟନ୍ତ ଏକ ଓପନ୍ ଟେନିସ୍ ଜୁନିଅର୍ ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି। K.T ଗ୍ଲୋବାଲ୍ ସ୍କୁଲ୍ ଟେନିସ୍ ଚାମ୍ପିଅନସିପ୍ ନାଁରେ ଏହି ପ୍ରତିଯୋଗିତା ଖେଳାଯିବ। ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପ୍ରତିଯୋଗୀ ଅଶଂଗ୍ରହଣ କରିବେ। ଏହି ଚାମ୍ପିଅନସିପ୍ ତିନୋଟି ଇଭେଣ୍ଟରେ ଯଥା ବାଳକ U-12, ବାଳିକା U-16 ଏବଂ ବାଳକ U-16 ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ଟେନିସକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା, ଟେନିସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା।

ଏହାସହ ଟେନିସ ସହ ଯୋଡ଼ିବା ପାଇଁ ପ୍ରତିଯୋଗୀମାନଙ୍କୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ଏକ ନୂଆ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି। ଏହି ପ୍ରତିଯୋଗିତାରେ ଖେଳାଳିଙ୍କୁ ଉତ୍ସାହିତା କରିବା ପାଇଁ କ୍ୱାର୍ଟରଫାଇନାଲିଷ୍ଟ୍ ଓ ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ଟ୍ରଫି ସହ ପୁରୁସ୍କାର ପ୍ରଦାନ କରାଯିବ। ଏହି ଇଭେଣ୍ଟରେ ଅଧିକ ବାଳିକା ଅଂଶଗ୍ରହଣକାରୀଙ୍କୁ ଟେନିସ୍ ପ୍ରତି ଉତ୍ସାହିତ କରିବା ପାଇଁ ଉଭୟ ବାଳକ ଏବଂ ବାଳିକାଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ 100ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ K.T ଗ୍ଲୋବାଲ୍ ସ୍କୁଲ୍ ଟେନିସ୍ ଚାମ୍ପିଅନସିପ୍ ପାଇଁ ପଞ୍ଜୀକୃତ କରିସାରିଛନ୍ତି।

OTA ର ସହଯୋଗରେ ଆଇଆଇଜି ସ୍ପୋର୍ଟସ୍ ଏକାଡେମୀ ଆଗମୀ ଦିନରେ ଓଡିଶାରେ ଲନ୍ ଟେନିସର ଅଧିକ ବିକାଶ ପାଇଁ ନିୟମିତ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଉଛି। ଏହି ଅବସରରେ KT ଗ୍ଲୋବାଲ ସ୍କୁଲର ଆଡ଼ଭାଇଜର ଅରୁଣ ଦାସ, ମ୍ୟାନେଜିଂ ଟ୍ରଷ୍ଟି ସୋମଦତ୍ ବେହୁରା, IIG ସ୍ପୋର୍ଟସ ଏକାଡେମୀର ନିର୍ଦେଶକ ଚିନ୍ମୟ ପ୍ରଧାନ Utkal Institute of Oncology’ର ନିର୍ଦେଶକ ରଞ୍ଜନ ମହାପାତ୍ର, OTA’ର Executive Member ଅସିତ ପ୍ରଧାନ , OTA’ର Administrative Officer ସମ୍ବିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ.