ଚାର୍ଟର ଫ୍ଲାଇଟରେ ବୁଲୁଥିଲେ, ଫେସବୁକରେ ଛାଡ଼ୁଥିଲେ…

1 min read
IFS Officer Abhay Kant Pathak Visits Pune By Charter Plane

ଭୁବନେଶ୍ୱର: ରେଡ୍ ପରେ ଖୋଲୁଛି ପେଡ଼ି । ସମ୍ପତ୍ତିର ଲମ୍ବା ତାଲିକା । କେଉଁଠି ମହଲ ତ ଆଉ କେଉଁଠି ଫ୍ଲାଟ୍ । ଭୁବନେଶ୍ୱରରୁ ମୁମ୍ବାଇ, ପାଟଣାରୁ ପୁନେ ସବୁଠୁ ଆଖି ଖୋସିହୋଇଗଲା ଭଳି ଘର । ବିଶାଳ ବିରାଟକାୟ ମହଲ ସାଙ୍ଗକୁ ଦାମୀ କାର୍ । ସବୁବେଳେ ଆକାଶରେ ଉଡ଼ୁଥିବା ଏହି IFS ଏଫିସର ହେଉଛନ୍ତି ଅଭୟକାନ୍ତ ପାଠକ ।

IFS Officer Abhay Kant Pathak Visits Pune By Charter Plane

ବିଳାସମୟ ଜୀବନ ଯାପନ କରୁଥିଲେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । ଲକ୍‌ଡାଉନ୍‌ ବେଳେ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ଭୁବନେଶ୍ୱରରୁ ପାଟନା, ଦିଲ୍ଲୀ, ପୁନେ ପୁଣି ମୁମ୍ବାଇ ଚାର୍ଟର ପ୍ଲେନ୍‌ରେ ଯାଇଥିଲେ । ପୁଅ ଆକାଶ ପାଠକଙ୍କ ସହ ଗସ୍ତ କରୁଥିଲେ ଅଭୟକାନ୍ତ । ଚାର୍ଟର ପ୍ଲେନ୍‌ ବ୍ୟବହାର କରି ବ୍ୟାପକ ଅର୍ଥ ନିଅଆଣ କରୁଥିବା ନେଇ ଖବର ରହିଥିଲା ।

IFS Officer Abhay Kant Pathak Visits Pune By Charter Plane

ଖବର ଅନୁସାରେ, ଅଭୟଙ୍କ ପୁଅ ଆକାଶ କୌଣସି ଚାକିରୀ କରନ୍ତି ନାହିଁ । ତଥାପି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାର୍ଟର ପ୍ଲେନରେ ଯାଆସ କରିବା ଭଳି ବିଳାସପୂର୍ଣ୍ଣ ରୁଚି ରହିଛି ତାଙ୍କର । ତାଙ୍କ ଫେସବୁକ୍ ଟାଇମ୍‌ଲାଇନ୍‌ରେ ଏସବୁ ଫଟୋକୁ ସେ ପୋଷ୍ଟ କରି ମଧ୍ୟ ଆନନ୍ଦ ନିଅନ୍ତି । ଦେଖନ୍ତୁ ଏସବୁ ଫଟୋକୁ, କେବଳ ଆକାଶ ନୁହନ୍ତି ନିଜେ ଅଭୟକାନ୍ତ ମଧ୍ୟ ତାଙ୍କ ଫେସବୁକ୍ ଟାଇମ୍‌ଲାଇନ୍‌ରେ ପୋଷ୍ଟ କରିଛନ୍ତି ପ୍ଲେନ୍‌ରେ ଯାତାୟତର ଫଟୋ । ଏମ୍‌ଏସ୍‌ କଳିଙ୍ଗ ଆରୋ ଆଣ୍ଡ ଆଲାଏଡ୍‌ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ଚାର୍ଟଡ୍‌ ଫ୍ଲାଇଟ୍‌ ଯୋଗାଇଥାଏ ।

IFS Officer Abhay Kant Pathak Visits Pune By Charter Plane

ବହୁଥର ମଧ୍ୟରୁ ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ସେ ଭୁବନେଶ୍ୱରରୁ ପୁନେ ଚାର୍ଟାଡ୍ ଫ୍ଲାଇଟ୍‌ରେ ଯାଇଥିଲେ । ଏହି ଫ୍ଲାଇଟ୍‌ରେ ଅଭୟ ପାଠକ, ପୁଷ୍ପା ପାଠକ, ଜୁହି ପାଠକ, ଆଭ୍ୟାନ ଝା, ଜୁମ୍ରତି ଖାନ୍ ଏବଂ ରତନ ସାହୁ ଯାଇଥିବା ଜଣାପଡ଼ିଛି । ଫ୍ଲାଇଟ୍‌ ଭୁବନେଶ୍ୱରରୁ ଦିନ ୩ଟା ବେଳେ ପୁନେ ଅଭିମୁଖେ ବାହାରିଥିଲା । ଏହାର ସବିଶେଷ ତଥ୍ୟ ନନ୍ଦିଘୋଷ ଟିଭି ହାତରେ ଲାଗିଛି । କଳିଙ୍ଗ ଆରୋ ଆଣ୍ଡ ଆଲାଏଡ୍‌ ସର୍ଭିସେସ୍ ସହ ଆମ ପ୍ରତିନିଧି କଥା ହୋଇଥିଲେ । ଭୁବନେଶ୍ୱରରୁ ପୁନେ ଯିବା ପାଇଁ ୧୨ ଲକ୍ଷ ଟଙ୍କା ଲାଗୁଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ- କଳା ଟଙ୍କାରେ କଟୁଥିଲା ଅଏସର ଜୀବନ, ଲାଇଫ୍ ଥିଲା କିଙ୍ଗ୍ ସାଇଜ୍

Leave a Reply