spot_img

Latest Posts

ସଇଁତଳାକୁ ଏନଏସି ମାନ୍ୟତା ଚାହୁଁଥିଲେ ଆବେଦନ କରନ୍ତୁ : କାର୍ତ୍ତିକ ପାଣ୍ଡିଆନ

ବଲାଙ୍ଗିର : ସଇଁତଳାବାସୀଙ୍କୁ ଖୁସି ଖବରର ପ୍ରତିଶ୍ରୁତି ଦେଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସଇଁତଳାକୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ଦେବାକୁ ଲୋକେ ଚାହୁଁଛନ୍ତି କି ବୋଲି ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯଦି ସଇଁତଳାକୁ ଏନଏସି ମାନ୍ୟତା ଭାବେ ଚାହୁଛନ୍ତି ତେବେ ଏଥିଲାଗି ଆବେଦନ କରନ୍ତୁ। ଏ ନେଇ ବିଚାର ପରେ ଖୁସି ଖବର ପାଇବେ ସଇଁତଳାବାସୀ । ସଇଁତଳା ଗସ୍ତରେ ଆସି ଏହି ଘୋଷଣା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସଇଁତଳାରେ ସବରେଜିଷ୍ଟ୍ରାର ଅଫିସ ଖୋଲିବାକୁ ମଧ୍ୟ ଯୋଜନା ଚାଲିଛି । ସଇଁତଳାର ଆରଏନ ସିଂହଦେଓ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ଜୁଲାଇ ୭ ତାରିଖରେ ସେ ଆସିଥିଲେ । ସେତେବେଳେ ୮୪୦ ଦରଖାସ୍ତ ପାଇଥିଲେ। ସେଥିମଧ୍ୟରୁ ୭୯୦ ମାମଲାର ସମଧାନ ହୋଇଛି ।

ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୬ ମାସରେ ବିଭିନ୍ନ ପ୍ରକଳ୍ପ ଲାଗି ମୋଟ ୨୫୦ କୋଟି ଟଙ୍କା ମଂଜୁର ହୋଇଛି। ତୁଷରାରେ ସମଲେଇ ମନ୍ଦିରର ଉନ୍ନତିକରଣ ଲାଗି ୨ କୋଟି ୪୦ ଲକ୍ଷ, ଟିଲାଗଡ଼ରରେ ଅଟୋନମସ କଲେଜ ରୂପାନ୍ତରଣ ଲାଗି ୧ କୋଟି ୨୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ସଇଁତଲାରେ ଥିବା ପଞ୍ଚାୟତ ସମିତି ହାୟର ସେକଣ୍ଡାରୀ ସ୍କୁଲର ରୂପାନ୍ତର ଲାଗି ୧ କୋଟି, ତୁଷରା ଡିଗ୍ରୀ କଲେଜର ରୂପାନ୍ତର ଲାଗି ୫୦ ଲକ୍ଷ ମଂଜୁର ହୋଇଛି । ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ୪୦ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ଉନ୍ନତିକରଣ ଲାଗି ୪ କୋଟି ୨୦ ଲକ୍ଷ ମଂଜୁର ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଜରିଆରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀବାସୀ ୩୫ କୋଟି ୫୦ ଲକ୍ଷ ପାଇଛନ୍ତି । ଟିଟିଲାଗଡ ନିର୍ବାଚନମଣ୍ଡଳୀରେ ମୋଟ ୧୫ଶହ କୋଟି ଟଙ୍କାର କାମ ଚାଲିଛି । ମିଳିମିଶି କାମ କରି ଓଡ଼ିଶାକୁ ଆଗକୁ ନେବାକୁ ଆହ୍ବାନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Latest Posts

Don't Miss