spot_img

Latest Posts

ଦୀପାବଳି ରାତିରେ ଏହି ୫ ପ୍ରାଣୀଙ୍କୁ ଦେଖିଲେ ବଦଳିଯିବ ଭାଗ୍ୟ ! ଦୂର ହେବ ଆର୍ଥିକ ସମସ୍ୟା

ଦୀପାବଳି ୨୦୨୧: ଦେଶର ଏକ ପ୍ରମୁଖ ପର୍ବ ଦୀପାବଳି ଆସିବାରେ ଆଉ ମାତ୍ର କିଛି ହିଁ ଦିନ ବାକି ଅଛି। ମାନ୍ୟତା ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରି ଥାଆନ୍ତି ଏବଂ ବର୍ଷ ସାରା ପରିବାରରେ ହସ, ଖୁସି ଲାଗି ରହିଥାଏ। ଏହି କାରଣରୁ ମା’ ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଲୋକେ ନିଜ ଘରଦ୍ୱାରକୁ ସଫାସୁତରା କରିବାରେ ଲାଗି ପଡ଼ି ଥାଆନ୍ତି। ଶକୁନ ଶାସ୍ତ୍ର ମୁତାବକ, ଯଦି ଦୀପାବଳି ରାତିରେ କିଛି ପ୍ରାଣୀ ଆପଣଙ୍କ ଘର ସାମ୍ନାରେ କିମ୍ବା ଆଖପାଖ ଅଞ୍ଚଳରେ ନଜର ଆସୁଛନ୍ତି, ତା’ହେଲେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଧରାଯାଏ। ଆସନ୍ତୁ ଜାଣିବା, ସେମାନେ କେଉଁ ସବୁ ପ୍ରାଣୀ, ଯେଉଁମାନଙ୍କୁ ଦୀପାବଳି ରାତିରେ ଦେଖିବା ବହୁତ ଶୁଭ ହୋଇଥାଏ।

Indian Family celebrating Diwali festival with fire crackers

ଝିଟିପିଟି: ପ୍ରାୟତଃ ସବୁବେଳେ ଘରେ ଝିଟିପିଟି ଦେଖାଯାଇ ଥାଆନ୍ତି, ଯାହାକୁ ଆମେ ଘରୁ ଭଗେଇବା ପାଇଁ ଚେଷ୍ଟା କରିଥାଉ। ଯଦିଓ ଏହା ଆମକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ, କିନ୍ତୁ କୀଟପତଙ୍ଗ ଭଳି ଛୋଟ ଜୀବଙ୍କୁ ଖାଇ ଘରକୁ ସଫାସୁତରା କରି ଦେଇଥାଏ। ଶକୁନ ଶାସ୍ତ୍ର ମୁତାବକ, ଦୀପାବଳି ରାତିରେ ଝିଟିପିଟି ଦେଖିଲେ ଘରର ସୁଖ, ସମୃଦ୍ଧି ହୋଇଥାଏ।

ବିଲେଇ: ଦୀପାବଳି ରାତିରେ ଘରେ କିମ୍ବା ଆଖପାଖ ଅଞ୍ଚଳରେ ବିଲେଇ ଦେଖିବା ମଧ୍ୟ ମା’ ଲକ୍ଷ୍ମୀଙ୍କ ଆଗମନର ଶୁଭ ସଙ୍କେତ ହୋଇଥାଏ। କୁହାଯାଏ, ବିଲେଇ ଦେଖିଲେ ଘରେ ସୁଖଶାନ୍ତି ଆସିବାରେ ଲାଗିଥାଏ।

ଗାଈ: ଭାରତୀୟ ସଂସ୍କୃତିରେ ଗାଈ ସବୁବେଳେ ଏକ ପବିତ୍ର ପ୍ରାଣୀ ରହି ଆସିଛି। ଅନ୍ୟ ଶବ୍ଦରେ କୁହାଗଲେ, ଗାଈକୁ ଦେବତ୍ୱର ପ୍ରତୀକ ବୋଲି କୁହାଯାଏ। ଦୀପାବଳି ରାତିରେ ଗାଈ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହା ମା’ ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇଥାଏ। ଏଥିରେ ପରିବାରର ଲୋକଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ବଢ଼ିଥାଏ ଏବଂ ସମ୍ପର୍କ ମଜଭୁତ ହୋଇଥାଏ।

ପେଚା: ପେଚା ଲକ୍ଷ୍ମୀଙ୍କ ବାହନ ହୋଇଥାଏ। ଶକୁନ ଶାସ୍ତ୍ରରେ କୁହାଯାଇଛି ଯେ ଦୀପାବଳି ରାତିରେ ଯଦି ଆପଣଙ୍କୁ ପେଚା ଦେଖା ଯାଉଛି, ତା’ହେଲେ ଏହା ଶୁଭ ବୋଲି ଧରି ନିଆଯିବ। ମାନ୍ୟତା ରହିଛି, ପେଚା ଦେଖିବା ଦ୍ୱାରା ବର୍ଷସାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ରହିଥାଏ ଏବଂ ଘର ସୁଖ, ସମୃଦ୍ଧିରେ ପୂରି ଉଠିଥାଏ।

ଚୁଚୁନ୍ଦ୍ରା: ଚୁଚୁନ୍ଦ୍ରା, ମୂଷା ଭଳି ଦେଖାଯାଉଥିବା ଏକ ଛୋଟିଆ ଜୀବ। ସାଧାରଣତଃ ଏହି ଜୀବକୁ ଘରେ ଦେଖିଲେ ଲୋକେ ତାକୁ ତୁରନ୍ତ ଭଗେଇବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ଶକୁନ ଶାସ୍ତ୍ରରେ କୁହାଯାଇଛି କି, ଯଦି ଦୀପାବଳି ରାତିରେ ଆପଣ ଚୁଚୁନ୍ଦ୍ରା ଦେଖୁଛନ୍ତି, ତା’ହେଲେ ଏହା ବହୁତ ଶୁଭ ହୋଇଥାଏ। ବିଶ୍ୱାସ ରହିଛି ଯେ ଦୀପାବଳିରେ ଘରେ ଚୁଚୁନ୍ଦ୍ରା ଦେଖିଲେ ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ ଏବଂ ପରିବାରର ବିଗିଡ଼ି ଯାଇଥିବା ସମସ୍ତ କାର୍ଯ୍ୟ ପୁନଃ ଆଗକୁ ବଢ଼ିଥାଏ।

Latest Posts

Don't Miss