ଲକଡାଉନରେ ଭରିଛନ୍ତି କି EMI ? ଆପଣଙ୍କ ଖାତାକୁ ଫେରିବ ଟଙ୍କା…
1 min readନୂଆଦିଲ୍ଲୀ: ଆପଣ ଲକଡାଉନରେ ଲୋନ୍ ମୋରେଟୋରିୟମ୍ ସୁବିଧା ନେଇନାହାଁନ୍ତି ଏବଂ ସମସ୍ତ କିସ୍ତି ଦେଇଛନ୍ତି । ତାହାଲେ ଦୀପାବଳି ପୂର୍ବରୁ ଆପଣଙ୍କ ଖାତାକୁ ସରକାର ଟଙ୍କା ପଠାଇବେ । ଲକଡାଉନ ସମୟରେ ନିର୍ଦ୍ଧାରିତ ସମୟ ସୀମାରେ କିସ୍ତି ଭରିଥିବା ଲୋକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଫର ମିଳିବ । କେନ୍ଦ୍ର ସରକାର ଲୋନ୍ ମୋରାଟୋରିୟମ୍ ସୁଧ ଉପରେ ସୁଧକୁ ନେଇ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ମୋଦି ସରକାରଙ୍କ ଘୋଷଣା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର । ଯେଉଁମାନେ ସମୟରେ EMI ଭରିଛନ୍ତି, ସେମାନଙ୍କୁ ସୁଧ ଉପରେ ସୁଧ ହିସାବରେ ଅର୍ଥ ଫେରସ୍ତ କରାଯିବ । ଆଉ ଯେଉଁମାନେ ସମୟରେ ମାସିକ କିସ୍ତି ଭରି ନାହାଁନ୍ତି ସେମାନଙ୍କ ସୁଧ ସରକାର ଭରଣା କରିବେ ।
କାହାକୁ ମିଳିବ କ୍ୟାଶବ୍ୟାକ ?
ସରକାରଙ୍କ ଅନୁସାରେ ଲୋନ୍ ନେଇଥିବା ଯେଉଁ ଗ୍ରାହକ ମୋରେଟୋରିୟମ୍ ବ୍ୟବସ୍ଥାର ଲାଭ ନେଇନାହାଁନ୍ତି ଏବଂ ସମୟରେ ମାସିକ କିସ୍ତି ଦେଇଛନ୍ତି । ସେମାନଙ୍କୁ କ୍ୟାଶବ୍ୟାକ ମିଳିବ । ଏହି ଯୋଜନା ପ୍ରକାରେ ଋଣ ନେଇଥିବା ଲୋକଙ୍କୁ ୬ ମାସର ସାଧାରଣ ଓ କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟ ମଧ୍ୟରେ ବ୍ୟବଧ୍ୟାନରେ ଲାଭ ମିଳିବ ।
ଜାଭେଦକରଙ୍କ ଟ୍ୱିଟ୍
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେଉଁମାନେ ସମୟରେ EMI ଦେଇଛନ୍ତି । ସେମାନଙ୍କୁ ସୁଧର ସୁଧ ହିସାବରେ କ୍ୟାଶବ୍ୟାକ ମିଳିବ । ଏହାବାଦ୍ ଯେଉଁମାନେ ସମୟରେ ମାସିକ କିସ୍ତି ଦେଇନାହାଁନ୍ତି ସେମାନଙ୍କ ସୁଧ ଉପରେ ସୁଧ ସରକାର ଦେବେ ।
मोदी सरकार का बड़ा फैसला –
?जिन्होंने समय पर EMI भरा है, उनको ब्याज पर ब्याज के हिसाब से कॅश बैक मिलेगा।
?जो EMI समय पर नहीं दे सके, उनके ब्याज पर ब्याज सरकार भरेगी।— Prakash Javadekar (Modi Ka Parivar) (@PrakashJavdekar) October 25, 2020
ସମସ୍ତ ପ୍ରକାର ଋଣକାରୀଙ୍କୁ ମିଳିବ ଲାଭ
ଏହି ଯୋଜନା ପ୍ରକାରେ ଗୃହଋଣ, ଶିକ୍ଷା ଋଣ, କ୍ରେଡିଟ୍ କାର୍ଡ ବାକି, ଗାଡ଼ି ଋଣ, MSME ଋଣ, ଘରଉପକରଣ ଋଣକାରୀ ଲାଭ ପାଇବେ ।
୬ ମାସର ଲୋନ୍ ମୋରେଟୋରିୟମ୍
କରୋନା ମହାମାରୀ ସମୟରେ ଆରବିଆଇ ଗ୍ରାହକଙ୍କୁ ୬ ମାସ ପାଇଁ ଲୋନ୍ ମୋରେଟୋରିୟମ୍ ସୁବିଧା ଦେଇଥିଲା । ମହାମାରୀ ସମୟରେ ମାସିକ କିସ୍ତି ଦେବାରେ ଅସମର୍ଥ ଥିହା ଲୋକ ଲୋନ୍ ମୋରେଟୋରିୟମ୍ ସୁବିଧା ନେଇଥିଲେ ।
ଅଗଷ୍ଟ ଯାଏଁ ଲାଭ
ମାର୍ଚ୍ଚ ୧ରୁ ନେଇ ଅଗଷ୍ଟ ୩୧ ତାରିଖ ଯାଏଁ ଗ୍ରାହକଙ୍କୁ ଲୋନ୍ ମୋରେଟୋରିୟମ୍ ସୁବିଧା ଦିଆଯାଇଥିଲା । ଏହାଦ୍ୱାରା ମୋରେଟୋରିୟମ୍ ପିରିୟଡରେ ସୁଧ ଉପରେ ସୁଧକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସରକାର କହିଥିଲେ ଋଣକାରୀଙ୍କୁ ସୁଧ ଉପରେ ସୁଧ ଦେବା ଆବଶ୍ୟକ ନାହିଁ । ଏହାଦ୍ୱାରା ରାଜକୋଷ ଉପରେ ପ୍ରାୟ ୭୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।
ସୁଧ ଉପରେ ସୁଧରୁ ମୁକ୍ତି
୨ କୋଟି ଟଙ୍କା ଯାଏଁ ଋଣ ନେଇଥିବା ଗ୍ରାହକଙ୍କୁ ସରକାର ଲୋନ୍ ମୋରେଟୋରିୟମର ସୁବିଧା ଦେଇଥିଲେ । ସରକାରଙ୍କ ଅନୁସାରେ ୬ ମାସର ଲୋନ୍ ମୋରେଟୋରିୟମ୍ ସମୟରେ ୨ କୋଟି ଟଙ୍କା ଯାଏଁ ଋଣ ନେଇଥିବା ଗ୍ରାହକଙ୍କୁ ସୁଧ ଉପରେ ସୁଧ ଦେବାକୁ ପଡ଼ିବ ନାହିଁ ।