spot_img

Latest Posts

‘ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ନକରିପାରିଲେ କେନ୍ଦ୍ରକୁ ଦାୟିତ୍ୱ ଦେବୁ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅକ୍ସିଜେନ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏମିତିକି ମଙ୍ଗଳବାର ଦିନ କରାେନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଗିଦ କରିଛନ୍ତି କୋର୍ଟ । ଅକ୍ସିଜେନ ସିଲିଣ୍ଡର କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ରାଜ୍ୟ ସରକାର ।

ଅକ୍ସିଜେନ୍ ଓ କରୋନା ରୋଗୀଙ୍କୁ ଦିଆଯାଉଥିବା ଔଷଧ କଳାବଜାରୀ ରୋକିବାକୁ ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି । ଯଦି ରାଜ୍ୟ ସରକାର ସ୍ଥିତି ଆୟତ୍ତ କରିବାକୁ ଅସମର୍ଥ, ତାହେଲେ ଆମେ କେନ୍ଦ୍ରୀୟ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦେବୁ ବୋଲି କହିଛନ୍ତି ହାଇକୋର୍ଟଙ୍କ ଖଣ୍ଡପୀଠ।

ଏହାବ୍ୟତୀତ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଜାରି ରହିଥିବା ବେଳେ ସରକାର ଆମକୁ ପଞ୍ଚ-ତାରକା ହୋଟେଲରେ ୧୦୦ ବେଡ୍ ଦେଉଛନ୍ତି ବୋଲି କହିବା ସହ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଦିଲ୍ଲୀ ସରକାରଙ୍କ ଉପରୁ ଆମର ଭରସା ଉଠି ଯାଇଥିବା ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି ।

Delhi HC Strict Step Said Oxygen Supply Should Be Uninterrupted

ସୂଚନା ଅନୁଯାୟୀ, ଦିଲ୍ଲୀର ଶାନ୍ତିମୁକୁନ୍ଦ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦୂର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ଯାହାର ଶୁଣାଣି କରିବା ବେଳେ ଅକ୍ସିଜେନ ସିଲିଣ୍ଡର କଳାବଜାରୀ ନେଇ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଛନ୍ତି କୋର୍ଟ । ତୁରନ୍ତ ଦିଲ୍ଲୀ ସରକାର କଳାବଜାରୀ ରୋକିବାକୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହସ୍ପିଟାଲଗୁଡ଼ିକୁ ଆବଶ୍ୟକ ଅକ୍ସିଜେନ ସପ୍ଲାଇ କରନ୍ତୁ ବୋଲି କୋର୍ଟ କହିଛନ୍ତି।

ସେପଟେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦୂର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ବ୍ୟାଙ୍କକରୁ ୧୮ଟି ଟ୍ୟାଙ୍କର ଦିଲ୍ଲୀ ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏହାଛଡ଼ା ଫ୍ରାନ୍ସରୁ ୨୧ଟି ରେଡୀ ଟୁ ୟୁଜ୍ ଅକ୍ସିଜେନ୍ ପ୍ଲାଣ୍ଟ ଆମଦାନୀ ପାଇଁ ମଧ୍ୟ ସରକାର ଯୋଜନା ଚଳାଇଛନ୍ତି । ରେଡୀ ଟୁ ୟୁଜ୍ ଅକ୍ସିଜେନ୍ ପ୍ଲାଣ୍ଟଗୁଡ଼ିକୁ ବିଭିନ୍ନ ହସ୍ପିଟାଲରେ ଲଗାଯିବ । ଯାହାଫଳରେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟର ସମାଧାନ ହୋଇପାରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Latest Posts

Don't Miss