ହ୍ୱାଟ୍ସଆପର ନୂଆ ପଲିସିକୁ ନେଇ ଚିନ୍ତିତ କି? ବ୍ୟବହାର କରନ୍ତୁ ବିକଳ୍ପ ଆପ୍ସ

1 min read
India Whatsapp Clarification On New Privacy Policy

ହ୍ୱାଟ୍ସଆପ ଏବେ ଆଣିଛି ଏକ ନୂଆ ଅପଡେଟ୍ । ଏହି ଅପଡେଟରେ ୟୁଜରଙ୍କୁ ନିଜର ଡାଟା ଫେସବୁକ୍ ସହ ଶେଆର କରିବାକୁ ବାଧ୍ୟତାମୁଳକ ହୋଇଯାଇଛି। ଯାହା ପରେ ୟୁଜର ନିଜର ବ୍ୟକ୍ତିଗତ ସୂଚନାକୁ ନେଇ ଚିନ୍ତିତ ଅଛନ୍ତି।  ଅନେକ ଲୋକ ଜାଣିନାହାଁନ୍ତି ଯେ ସେମାନେ ବ୍ୟବହାର କରୁଥିବା ଆପଗୁଡ଼ିକରେ ସେମାନଙ୍କର ବହୁ ବ୍ୟକ୍ତିଗତ ସୂଚନା ଲିକ୍ ହୋଇଥାଏ । ତେବେ ଚିନ୍ତା କରନ୍ତୁ ନି । ଆଜି ଆମେ ଆପଣଙ୍କୁ ଏମିତି କିଛି ଆପ ଓ ଫିଚର ବିଷୟରେ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରୁଥିବା ଆପ୍ସର ବିକଳ୍ପରେ ବ୍ୟବହାର କରିପାରିବେ ।

ଚାଟ୍ ଏବଂ ଯୋଗାଯୋଗ: ଦୁଇ ବିଲିୟନରୁ ଅଧିକ ଉପଭୋକ୍ତାଙ୍କ ସହ ହ୍ୱାଟସ୍ ଆପ୍ ଚାଟ୍ ଏବଂ ଅଡିଓ / ଭିଡିଓ କଲ୍ ପାଇଁ ସବୁଠାରୁ ଲୋକପ୍ରିୟ ଆପ । ହେଲେ ଏହା ଗୋପନୀୟତା ନାମରେ ଆପଣଙ୍କ ଚାଟ୍ ଉପରେ ନଜର ରଖିଥାଏ । ହ୍ୱାଟସ୍ ଆପ୍ ବଦଳରେ ଆପଣ ଟେଲିଗ୍ରାମ ଏବଂ ସିଗନାଲ୍ ଭଳି ବିକଳ୍ପ ଆପ୍ ବ୍ୟବହାର କରିପାରିବେ। ଏହି ଦୁଇଟି ଆପ୍ ଗୋପନୀୟତା ଦୃଷ୍ଟିରୁ ବେଶ୍ ନିରାପଦ । ଏଥିରେ ଆପଣଙ୍କୁ କୌଣସି ପ୍ରକାରର ତଥ୍ୟ ପ୍ରଦାନ କରିବାକୁ ପଡ଼ିବ ନାହିଁ।

ସୋଶଲ ନେଟୱର୍କ: ହ୍ୱାଟସଆପ ସିଧା ସଳଖ ୟୁଜରଙ୍କ ଡାଟାକୁ ଫେସବୁକରେ ଶେଆର କରୁଛି।  ଆଉ ଫେସବୁକ ହେଉଛି ସର୍ବାଧିକ ବ୍ୟବହୃତ ହେଉଥିବା ସୋଶାଲ ନେଟୱର୍କିଂ ସାଇଟ୍। ଯାହାକୁ ଫେସବୁକ ଷ୍ଟ୍ରିମ୍ ବି କରିପାରେ। ସେଥିପାଇଁ ୟୁଜର ନିଜର ଡାଟା ପ୍ରାଇଭେସିକୁ ନେି ଚିନ୍ତାରେ ଅଛନ୍ତି ।  ହେଲେ ଚିନ୍ତା କରନ୍ତୁ ନି  ଏହାର ବିକଳ୍ପ ସୋସିଆଲ ନେଟୱାର୍କିଂ ସାଇଟ ମଧ୍ୟ ଉପଲବ୍ଧ, ଯାହା ଆପଣଙ୍କର ପ୍ରାଇଭେସି ଉପରେ ଧ୍ୟାନ ଦେବ। ଯଦି ଆପଣ ଟ୍ୱିଟର ପରି ଇଣ୍ଟରଫେସ୍ ପସନ୍ଦ କରନ୍ତି, ତେବେ ଆପଣ ମାଷ୍ଟୋଡନ୍ ବ୍ୟବହାର କରିପାରିବେ, ଯାହା କି ସମ୍ପୂର୍ଣ୍ଣ ଆଡ୍ ଫ୍ରି ରହିବ। ଏହା ଆପଣଙ୍କର କୌଣସି ବ୍ୟକ୍ତିଗତ ସୂଚନା ରଖେ ନାହିଁ । ଏହାକୁ ବ୍ୟବହାର କରିବା ବେଶ୍ ସହଜ। ଏହା ବ୍ୟତୀତ, ଆପଣ ଡାଏସ୍ପୋରା କିମ୍ବା ସୋସିଆଲ୍ ଆପ୍ ମଧ୍ୟ ବ୍ୟବହାର କରିପାରିବେ।

ବ୍ରାଉଜର୍: ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ବ୍ରାଉଜର୍ ଏକ ଏଣ୍ଟ୍ରି ଗେଟ ଭଳି କାମ କରେ। କିନ୍ତୁ ଅସୁବିଧାଟି ହେଉଛି ପ୍ରାୟ ସମସ୍ତେ ବ୍ୟହାର କରୁଥିବା କ୍ରୋମ୍, ଏଜ୍, ସଫାରି ଇତ୍ୟାଦି ବ୍ରାଉଜର୍ ଉପଭୋକ୍ତାମାନଙ୍କୁ ଟ୍ରାକ୍ କରନ୍ତି ଏବଂ ସେମାନଙ୍କର ଡାଟାକୁ ନିଜ ମୂଳ କମ୍ପାନୀ ସହିତ ଶେଆର କରନ୍ତି। ଏସବୁକୁ ଏଡାଇବା ପାଇଁ ଆପଣ ବ୍ରେଭ୍ ବ୍ରାଉଜର୍ ବ୍ୟବହାର କରିପାରିବେ, ଯାହା ଉଭୟ ଡେସ୍କଟପ୍ ଏବଂ ମୋବାଇଲ୍ ଅପରେଟିଂ ସିଷ୍ଟମରେ ଉପଲବ୍ଧ। ଏହା ଉପଭୋକ୍ତାଙ୍କ କାର୍ଯ୍ୟକଳାପକୁ ଟ୍ରାକ୍ କରେ ନାହିଁ ଏବଂ ଏକ ଇନବିଲ୍ଟ ଆଡବ୍ଲକର୍ ସହିତ ମଧ୍ୟ ଆସେ। ଅନ୍ୟ ଏକ ବିକଳ୍ପ ହେଉଛି ଟୋର ବ୍ରାଉଜର୍, ଏଥିରେ ମଧ୍ୟ ଆପଣଙ୍କର ବ୍ୟବହାର ତଥ୍ୟକୁ କେହି ଟ୍ରାକ୍ କରିପାରିବେ ନାହିଁ।

ଇମେଲ୍: ଆପଣଙ୍କର ଇମେଲ୍ ଆପଣଙ୍କର ବ୍ୟକ୍ତିଗତ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ହେଲେ ଆପଣ ଜାଣନ୍ତି ପ୍ରାୟ ସମସ୍ତ ଇମେଲ ସେବାଗୁଡିକରେ ଡାଟା ପ୍ରାଇଭେସି ରିସ୍କ ରହିଥାଏ। ତେବେ ଏହି ବିପଦକୁ ଏଡ଼ାଇବା ପାଇଁ ଏକମାତ୍ର ଉପାୟ ହେଉଛି ଏକ ସୁରକ୍ଷିତ ଇମେଲ ସେବା ବ୍ୟବହାର କରିବା।  ଏଭଳି କ୍ଷେତ୍ରରେ ପ୍ରୋଟନ୍ ମେଲ୍ ହେଉଛି ସର୍ବୋତ୍ତମ ବିକଳ୍ପ। ଏହା ଇମେଲ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପ୍ରଦାନ କରେ।

ସର୍ଚ୍ଚ ଇଞ୍ଜିନ୍: ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରରେ ଗୁଗୁଲ ହେଉଛି ସର୍ବାଧିକ ବ୍ୟବହୃତ ହେଉଥିବା ସର୍ଚ୍ଚ ଇଞ୍ଜିନ୍। ଯଦି ଆପଣ ପ୍ରାଇଭେସିକୁ ଗୁରୁତ୍ୱ ଦିଅନ୍ତି, ତେବେ ଗୁଗୁଲର ବ୍ୟବହାର କରନ୍ତୁ ନାହିଁ। ଗୁଗୁଲ ଆପଣଙ୍କ ଆକ୍ଟିଭିଟି ବା କାର୍ଯ୍ୟକଳାପକୁ ଟ୍ରାକ୍ କରେ ଏବଂ ତାପରେ ସେହି ସୂଚନାକୁ ବ୍ୟବହାର କରି ବ୍ୟକ୍ତିଗତ ବିଜ୍ଞାପନ ଦେଖାଇଥାଏ । ଯାହାକି କାହାର ଗୋପନୀୟତା ବିରୁଦ୍ଧରେ ଅଟେ। ଯଦି ଆପଣ ନିଜର ସର୍ଚ ହିଷ୍ଟ୍ରିକୁ ଟ୍ରାକ୍ କରିବାକୁ ଚାହୁଁନାହଁ, ତେବେ ଡକ୍ ଡକ୍ ଗୋ ବ୍ୟବହାର କରନ୍ତୁ । DuckDuckGo କୌଣସି ଉପଭୋକ୍ତାଙ୍କ ସୂଚନା ସଂଗ୍ରହ କରେ ନାହିଁ, କାରଣ ଏହା ଉପଭୋକ୍ତାଙ୍କୁ ଟ୍ରାକ୍ କରେ ନାହିଁ ।


ଭିଡିଓ:  ଅଧିକାଂଶ ଲୋକ ଭିଡିଓ ଦେଖିବା ପାଇଁ you tube ବ୍ୟବହାର କରନ୍ତି। ହେଲେ ବହୁତ କମ ଲୋକ ଜାଣନ୍ତି ଯେ ଗୁଗଲ ଓ ଫେସବୁକ ଭଳି  ୟୁ ଟ୍ୟୁବ ମଧ୍ୟ ଆଣଙ୍କର ଏକ ପ୍ରୋଫାଇଲ ତିଆରି କରେ। ଏବଂ ଆପଣ ଭିଡିଓ ଦେଖିବା ସମୟରେ ଆପଣଙ୍କୁ ଆପଣଙ୍କ ସର୍ଚ୍ଚ ହିଷ୍ଟ୍ରି ଅନୁଯାୟୀ ବିଜ୍ଞାପନ ଦେଖାଏ । ତେଣଉ ଆପଣ ଏହା ବଦଳରେ Vimeo, Metacafe କିମ୍ବା DTube ବ୍ୟବହଗାର କରିବେ। ଅବଶ୍ୟ ଏହି ପ୍ଲାଟଫର୍ମ ଗୁଡ଼ିକରେ ୟୁଟ୍ୟୁବ ପରି ଏତେ ବଡ଼ ଲାଇବ୍ରେରି ନଥାଏ କିନ୍ତୁ ଏହା ଉପଭୋକ୍ତାଙ୍କ ପ୍ରାଇଭେସି ପ୍ରତି ଧ୍ୟାନ ଦେଇଥାଏ ।

Leave a Reply