ଦିପାବଳୀ ପୂର୍ବରୁ ସୁନା ଗ୍ରାହକଙ୍କୁ ଝଟକା, ୧ଲକ୍ଷ ପାର କରିବ ସୁନା ମୂଲ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ: ୧ ଲକ୍ଷ ଟଙ୍କା ଟପିବ ସୁନା ଦର ! ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ମୂଲ୍ୟ ? ଏହାର ମୁଖ୍ୟ କାରଣ କଣ ରହିଛି ଜାଣି ରଖନ୍ତୁ। ଚଳିତ ବର୍ଷ ସୁନା ଦର ବୃଦ୍ଧିରେ ରୋକ ଲାଗିପାରୁନି । ବର୍ତ୍ତମାନ ମାର୍କେଟରେ ସୁନା ମୂଲ୍ୟ ପ୍ରାୟ ୧୦ପ୍ରତିଶତ ବୃଦ୍ଧି ପାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିବ କି ? ଯଦି ହଁ, ତେବେ କେତେବେଳେ ?

ବଜାରରେ ସୁନାର ମୂଲ୍ୟ ୮୫ ହଜାର ଟଙ୍କାର ରେକର୍ଡ ଭାଙ୍ଗିଛି। ଅନ୍ୟପକ୍ଷରେ, ଦିଲ୍ଲୀରେ ସୁନାର ମୂଲ୍ୟ ୮୬ ହଜାର ଟଙ୍କା ରହିଛି । ଏପରି ପରିସ୍ଥିତିରେ, ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶା କରାଯାଉଛି । ଯଦି ସୁନାର ଦର ନକମେ ତାହେଲେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ପାର କରିବ ବୋଲି ଆଶା କରାଯାଉଛି । ତେବେ କୋଉଠି ନା କୋଉଠି ସୁନା ଦର ବଢିବାରେ ଟ୍ରମ୍ପଙ୍କ ଦାୟୀ କରାଯାଉଛି ।   ଟ୍ରମ୍ପଙ୍କ ଟ୍ରେଡ ଓ୍ବାର ପାଇଁ ସୁନା ଦର ହୁ ହୁ ବଢିଚାଲିଛି । ଯାହାଦ୍ୱାରା ବିଶ୍ୱ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି । ଏହି କାରଣରୁ ନିବେଶକମାନେ ସୁନା ଉପରେ ଇନଭେଷ୍ଟ କରିବାକୁ ଆଗ୍ରହ ଦେଖାଉଛନ୍ତି ଯାହାର ପ୍ରଭାବ ସୁନାର ମୂଲ୍ୟରେ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ, ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ ଅଟେ ।

ଦିଲ୍ଲୀରେ ରକେଟ ବେଗରେ ବଢୁଛି ସୁନା ଦର
ଚଳିତ ବର୍ଷ, ସୁନାର ମୂଲ୍ୟ ରକେଟ ପରି ହୁ ହୁ ହେଇ ବଢିଚାଲିଛି । ଦିଲ୍ଲୀର ସୁନା ମୂଲ୍ୟ ୯ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀରେ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପାଇଁ ୮୬,୦୭୦ ଟଙ୍କା ଥିଲା। ଯେତେବେଳେକି ଗତବର୍ଷ ଏହି ସମୟରେ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୭୮,୯୫୦ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ପ୍ରତି ଦଶ ଗ୍ରାମ ସୁନା ମୂଲ୍ୟରେ ୭,୧୨୦ ଟଙ୍କା ବୃଦ୍ଧି ଘଟିଛି ।

ଏମସିଏକ୍ସରେ ସୁନା ମୂଲ୍ୟ ମଧ୍ୟ ବୃଦ୍ଧି 
ଅନ୍ୟପକ୍ଷରେ, ଦେଶର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନା ମୂଲ୍ୟ ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ସୁନା ନିବେଶକମାନଙ୍କୁ ୧୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଗତ ବର୍ଷ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୭୭,୪୫୬ ଟଙ୍କା ଦେଖିବାକୁ ମିଳିଥିଲା। ଯେତେବେଳେ ୭ ଫେବୃଆରୀ ୨୦୨୫ରେ ସୁନାର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ୮୫,୨୭୯ ଟଙ୍କାରେ ପହଞ୍ଚିଥିଲା। ଏହାର ଅର୍ଥ ହେଉଛି ସୁନା ମୂଲ୍ୟ ପ୍ରତି ଦଶ ଗ୍ରାମ ପାଇଁ ୭,୮୨୩ ଟଙ୍କା ଅର୍ଥାତ୍ ୧୦.୦୯ ପ୍ରତିଶତ ବୃଦ୍ଧି ପାଇଛି ।

ଆହୁରି ବଢିବ ସୁନା ଦର

ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ଯୋଗୁଁ ଭାରତରେ ସୁନା ମୂଲ୍ୟ ବୃଦ୍ଧି ପାଉଛି। ବିଶ୍ୱ ବଜାରରେ ଅନେକ ଅନିଶ୍ଚିତତା ଦେଖାଯାଉଛି। ଏବେ ସେମାନଙ୍କ ହ୍ରାସର କୌଣସି ସଙ୍କେତ ନାହିଁ। ଏପରି ପରିସ୍ଥିତିରେ, ନିବେଶକମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସୁନା ଉପରେ ଦେଖାଯାଉଛି। ଯାହା ଯୋଗୁଁ ସୁନା ମୂଲ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ ବଜାରକୁ ବହୁ ଅନିଶ୍ଚିତ କରିଦେଇଛି । ଅନ୍ୟପକ୍ଷରେ, ରୁଷ-ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି। ଏହା ମଧ୍ୟ ଏକ ବଡ଼ କାରଣ, ଯାହା ଭୂ-ରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି । ଶେଷ ଏବଂ ସବୁଠାରୁ ବଡ଼ କାରଣ ହେଉଛି ଡଲାରର ମୂଲ୍ୟ ବୃଦ୍ଧି। ଯାହାର ପ୍ରଭାବ ସୁନା ମୂଲ୍ୟରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । ଏହି ସମସ୍ତ କାରଣ ଯୋଗୁଁ ସୁନା ମୂଲ୍ୟ ବୃଦ୍ଧି ପାଉଛି।

ଏକ ଲକ୍ଷ ପାର କରିବ ସୁନା ମୂଲ୍ୟ
ଚଳିତ ବର୍ଷ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ। ଯଦି ଅନ୍ତର୍ଜାତୀୟ ବଜାରରେ ଟ୍ରମ୍ପ ବାଣିଜ୍ୟ ଯୁଦ୍ଧ, ଡଲାର ବୃଦ୍ଧି ଜାରି ରହେ, ତେବେ ଦୀପାବଳି ସୁଦ୍ଧା ସୁନାର ମୂଲ୍ୟ ଏକ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ନଚେତ୍, ଚଳିତ ବର୍ଷ ଶେଷ ସୁଦ୍ଧା ସୁନାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଛୁଇଁବ। ଏହି ବର୍ଷ, ୨୦ଅକ୍ଟୋବରରେ ଦୀପାବଳି ଅଛି। ଏହାର ଅର୍ଥ ହେଉଛି ଆଗାମୀ ୨୪୦ ଦିନ ମଧ୍ୟରେ ସୁନା ମୂଲ୍ୟ ବର୍ତ୍ତମାନର ସ୍ତରଠାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହାର ଅର୍ଥ ହେଉଛି ସୁନା ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇପାରେ ।