ବିବାହରେ ବାଧା ଆସୁଥିଲେ ଚୈତ୍ର ନବରାତ୍ରରେ କରନ୍ତୁ ଏହି ପୂଜା…

ଚୈତ୍ର ନବରାତ୍ରର ଆଜି ଷଷ୍ଠ ଦିନ । ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କୁ ପୂଜାର୍ଚ୍ଚନା କରାଯାଏ । ମା’ ଦୁର୍ଗାଙ୍କ ଅନ୍ୟ ଏକ ରୂପ ମା’ କାତ୍ୟାୟନୀ । ମା’ଙ୍କ ଜନ୍ମ କାତ୍ୟାୟନ ନାମକ ଋଷିଙ୍କ ଘରେ ହୋଇଥିବା ବେଳେ ମର୍ତ୍ତ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଭାବେ ସେ ପରିଚିତ । ସମ୍ପୂର୍ଣ୍ଣ ବିଧିବିଧାନ ସହ ମା’ଙ୍କ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରଥାନ୍ତି ମା’ କାତ୍ୟାୟନୀ । ଭକ୍ତିର ସହ ମା’ଙ୍କୁ ପୂଜା କଲେ ଆପଣଙ୍କ ମନ ପସନ୍ଦର ଜୀବନସାଥୀ ପାଇପାରିବେ । ମହିଳାଙ୍କ ବିବାହରେ ବାଧା ଉପୁଜୁଥିଲେ ମା’ଙ୍କ ପୂଜାର୍ଚ୍ଚନା କଲେ ଏହି ବାଧା ଟଳିଯାଇଥାଏ ଏବଂ ବିବାହ ଯୋଗ ଖୋଲିଯାଏ ।

ଆସନ୍ତୁ ଜାଣିବା କ’ଣ ରହିଛି ମା’ କାତ୍ୟାୟନୀଙ୍କ ବିଶେଷ ପୂଜାବିଧି…

ଲାଲ କିମ୍ୱା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ମା’ କାତ୍ୟାୟନୀଙ୍କୁ ପୂଜା କରନ୍ତୁ । ପୂଜା ଶେଷ ହେବା ପରେ ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ । ମା’ଙ୍କୁ ମହୁ ଅର୍ପଣ କଲେ ଏହା ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ । ବିଶେଷ କରି ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ ମା’ଙ୍କୁ ପୂଜା କଲେ ଶୁଭଫଳ ମିଳିଥାଏ । ଏହିଦିନ ମା’ ଭକ୍ତଙ୍କର ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି ।

ବିବାହରେ ବାଧା ଉପୁଜୁଥିଲେ ଏମିତି କରନ୍ତୁ ପୂଜା…

ବିବାହ ଯୋଗ ନ ହେଲେ କୌଣସି ବ୍ୟକ୍ତିଙ୍କର ବିବାହ ସମ୍ଭବ ନୁହଁ । ଅନେକ ବ୍ୟକ୍ତିଙ୍କର ବିବାହରେ ବାଧା ଆସିଥାଏ । ସମସ୍ତ ରୀତିନୀତିର ସହ ମା’ କାତ୍ୟାୟନୀଙ୍କୁ ପୂଜାର୍ଚ୍ଚନା କଲେ ମା’ଙ୍କ ଆଶିର୍ବାଦରୁ ବିବାହ ଯୋଗ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କର ବିବାହରେ ବାଧା ଦେଖାଦେଉଛି ସେମାନେ ଆଜିର ଷଷ୍ଠ ଦିନରେ ଗୋଧୁଳି ସମୟରେ ହଳଦିଆ ବସ୍ତ୍ର ଧାରଣ କରି ମା’ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଓ ତିନୋଟି ଗୋଟା ହଳଦୀ ମା’ଙ୍କୁ ଅର୍ପଣ କରନ୍ତୁ । ମା’ଙ୍କୁ ଅର୍ପଣ କରିଥିବା ୩ ଗୋଟି ହଳଦୀ ନିଜ ପାଖରେ ରଖି ମା’ଙ୍କ ସ୍ତୁତି ଜପ କରନ୍ତୁ ।

ମା’ କାତ୍ୟାୟନୀଙ୍କ ବିଶେଷ ମନ୍ତ୍ର :  

କାତ୍ୟାୟନୀ ମହାମାୟେ, ମହାଯୋଗୀନ୍ୟଧିଶ୍ୱରୀ ।

ନନ୍ଦଗୋପଶୁତଂ ଦେବୀ, ପତି ମେ କୁରୁତେ ନମଃ ।