spot_img

Latest Posts

ଲକଡାଉନ ଅବଧି ବଢ଼ିଲେ ଆଇଟି କମ୍ପାନୀ ନିଯୁକ୍ତି ଉପରେ ସଙ୍କଟ ଆସିପାରେ

ନୂଆଦିଲ୍ଲୀ: ଲକ୍‌ଡାଉନ ଅବଧି ବଢ଼ିଲେ ଏହା ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ନାସ୍‌କମ୍‌ର ପୂର୍ବତନ ଅଧ୍ୟକ୍ଷ ଆର୍‌.ଚନ୍ଦ୍ରଶେଖର କହିଛନ୍ତି ଯେ, ଲକ୍‌ଡାଉନ ଅବଧି କ୍ଷତିରେ ଆଇଟି କ୍ଷେତ୍ରରେ ଛଟେଇ ବଢ଼ିବାର ଆଶଙ୍କା ରହିଛି। ବର୍ତ୍ତମାନ ୱାର୍କଫ୍ରମ୍‌ ହୋମ୍‌ ଯୋଗୁ ଆଇଟି କମ୍ପାନୀଙ୍କ ଲାଗି ନୂଆ ରାସ୍ତା ଖୋଲିଛି। ଏଭଳି କାର୍ଯ୍ୟ ଦ୍ୱାରା ସେମାନେ ପରିଚାଳନା ପୁଞ୍ଜି ସଞ୍ଚୟ କରିବାକୁ ସକ୍ଷମ ହୋଇପାରିବେ। ଯଦି ବର୍ତ୍ତମାନ ସ୍ଥିତି ଆହୁରି ଖରାପ ହୁଏ ତେବେ ଷ୍ଟାର୍ଟ ଅପ୍‌ଗୁଡିକ ଲାଗି ବିଭିନ୍ନ ଅସୁବିଧା ସୃଷ୍ଟି ହେବ।

ବଡ କମ୍ପାନୀରେ ଛଟେଇ ହେବ ନାହିଁ, ମାତ୍ର ଛୋଟ କମ୍ପାନୀଗୁଡିକରେ ପରିଚାଳନା ଅସୁବିଧା ଯୋଗୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ ଅବଧି ବଢିଲେ କମ୍ପାନୀଙ୍କ ଉପରେ ଚାପ ବଢ଼ିବ। କମ୍ପାନୀଗୁଡିକ ମାସ ମାସ ଧରି ସେମାନଙ୍କ କର୍ମଚାରୀଙ୍କୁ ସବ୍‌ସିଡି ଦେଇପାରିବେ ନାହିଁ। ସାରା ବିଶ୍ୱର କର୍ମଚାରୀମାନେ ଏବେ ଘରୁ କାମ କରୁଛନ୍ତି।

ସ୍ୱଳ୍ପ ସମୟ ଅବଧି ଲାଗି ଲକ୍‌ଡାଉନ ପ୍ରଭାବ ଉଦ୍ୟୋଗଗୁଡିକ ଉପରେ ରହିବ। ମାତ୍ର କାର୍ଯ୍ୟ ସଂସ୍କୃତି ଉପରେ ଏହାର ପ୍ରଭାବ ଏମିତି ରହିବ ଯାହା ଭାରତୀୟ କମ୍ପାନୀଗୁଡ଼ିକ ଏବେ ଅନୁଭବ କରିନାହାନ୍ତି। ଭବିଷ୍ୟତରେ ୱାର୍କଫ୍ରମ୍‌ ହୋମ୍‌ ହେଲେ ଏହା ଲଜିଷ୍ଟିକ, କାର୍ଯ୍ୟସ୍ଥଳ ଖର୍ଚ୍ଚ ସମେତ ଅନେକ ଉପାୟରେ କମ୍ପାନୀଙ୍କୁ ଫାଇଦା ଦେବ ବୋଲି କୁହାଯାଇଛି।

Latest Posts

Don't Miss