ପୂରା ରାଜ୍ୟକୁ ଟିକା ଦିଆଗଲେ ୨ ବର୍ଷ ଲାଗିଯିବ ପ୍ରକ୍ରିୟା ଶେଷ କରିବାକୁ…

1 min read

ଭୁବନେଶ୍ୱର: କୋଭିଡ ଟିକା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦୁଇ ଦିନ ତଳେ ଚିଠି ଆସିଛି । ୨୯ ଅକ୍ଟୋବର ସୁଦ୍ଧା ତାଲିକା ଦେବାକୁ ହେବ । ଏତେ କମ ସମୟ ଭିତରେ ତାଲିକା ପ୍ରସ୍ତୁତ କରିବା କଷ୍ଟ ହେବ । ହେଲେ ଏ ନେଇ ଏକ ସପ୍ତାହ ଭିତରେ ଆମେ କାର୍ଯ୍ୟକାରିଣୀ ବୈଠକ ଡ଼ାକି ଆଲୋଚନା କରିବୁ କି କେଉଁ ପ୍ରକ୍ରିୟାରେ ତାଲିକା ପ୍ରସ୍ତୁତ ହେବ । ଖୁବ ଶୀଘ୍ର ୪ଟି ଟିକା ଓଡ଼ିଶା ଆସିବ । ହେଲେ ପୂରା ରାଜ୍ୟକୁ ଟିକା ଦିଆଗଲେ ୨ ବର୍ଷ ଲାଗିଯିବ ପ୍ରକ୍ରିୟା ଶେଷ କରିବାକୁ । ଯେଉଁମାନେ ବି କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଅଛନ୍ତି, ସ୍ୱାସ୍ଥ୍ୟ କର୍ମୀ ହୁଅନ୍ତୁ ବା ଡାକ୍ତର, ସମସ୍ତେ ଟିକା ନେବା କଥା ।

ପ୍ରଥମ ପର୍ଯ୍ୟାୟରେ ସମସ୍ତେ ଟିକା ନେଇ ପାରିବେ କି ନାହିଁ ତାହା ଅନୁଧ୍ୟାନ କରାଯାଉଛି । ଯଦି ଦ୍ଵିତୀୟ ପର୍ଯ୍ୟାୟରେ ବି ହୋଇ ପାରିବ, ସେହି ଅନୁସାରେ ତାଲିକା ପ୍ରସ୍ତୁତ କରିବୁ ବୋଲି କହିଛନ୍ତି ଭାରତୀୟ ମେଡିକାଲ ସଂଗଠନ-ଆଇଏମଏ ସଭାପତି ଡାକ୍ତର ମାଗୁଣି ବେହେରା । ଖୁବ୍ ଶୀଘ୍ର କୋଭିଡ ୧୯ ଟିକା ଆସୁଥିବାରୁ ପ୍ରାଥମିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ ।

ସେଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ସଂଘଗୁଡିଙ୍କୁ ପତ୍ର ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ତଥ୍ୟ ଜିଲ୍ଲାପାଳ, ପୌର କମିଶନର, ସିଡିଏମଓ, ପିଏଚଓ କିମ୍ବା ଅତିରିକ୍ତ ଜିଲ୍ଲା ପିଏଚଓଙ୍କ ପାଖରେ ଆସନ୍ତା ଅକ୍ଟୋବର ୨୯ ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ସରକାରୀ ଓ ଘରୋଇସ୍ତରରେ ନୂତନ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply