ଅକ୍ସନରେ ହୋଇଥିଲେ ଅନସୋଲ୍ଡ, ଏବେ ବଦଳିବ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ମେଗା ଅକ୍ସନରେ ବିକ୍ରି ହୋଇନଥିଲେ ଭାରତୀୟ ଦ୍ରୁତ ବୋଲର ସାର୍ଦ୍ଧୁଲ ଠାକୁର । ତେବେ ଏବେ ତାଙ୍କ ଭାଗ୍ୟ ବଦଳିବ ବୋଲି କୁହାଯାଉଛି । ଲକ୍ଷ୍ନୌ ସୁପର ଜାଏଣ୍ଟ ପକ୍ଷରୁ ସେ ଖେଳିବେ ବୋଲି କୁହାଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସେ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି । ଏବେ ସେ ଲକ୍ଷ୍ନୌ ଟିମ ସହ ନଜର ଆସିଛନ୍ତି । ତେବେ ମୋହସିନ ଖାନଙ୍କ ବଦଳରେ ସେ ଦଳରେ ସ୍ଥାନ ପାଇପାରନ୍ତି ବୋଲି କୁହାଯାଉଛି ।
ଲକ୍ଷ୍ନୌ ଏବେ ଚିନ୍ତାରେ ରହିଛି । କାରଣ ଦଳ ବିଶାଖାପାଟଣାମରେ ପହଞ୍ଚିଥିବାବେଳେ ଆସନ୍ତାକାଲି ନିଜର ପ୍ରଥମ ମ୍ୟାଚ ଖେଳିବ । ମାତ୍ର ମ୍ୟାଚ ପୂର୍ବରୁ ଖବର ଆସିଛି କି, ଦଳର ୪ ଜଣ ଖେଳାଳି ଏବେ ଆହତ ଅଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ୪ ଜଣ ଯାକ ପେସର ବୋଲର । ଏଣୁ ଦଳ ସାର୍ଦ୍ଧୁଲ ଠାକୁରଙ୍କ ଦଳରେ ସ୍ଥାନ ଦେଇପାରେ । ଅଭ୍ୟାସ ଶିବିରରେ ସାର୍ଦ୍ଧୁଲଙ୍କୁ ଦେଖିବାକୁ ମିଳିଥିବାବେଳେ ଯଦି ୪ ଜଣ ପେସର ବୋଲର କେହି ଫିଟ୍ ନହୁଅନ୍ତି ତାହେଲେ ଏମାନଙ୍କ ସ୍ଥାନରେ ସେ ସ୍ଥାନ ପାଇବେ ।