spot_img

Latest Posts

ବନ୍ଧକଙ୍କୁ ଛାଡ଼ିବାକୁ ମନା କଲା ହମାସ, ବାତିଲ ହୋଇଯିବ କି ଯୁଦ୍ଧ ବିରତି ଚୁକ୍ତି ?

ନନ୍ଦିଘୋଷ ବ୍ୟୁରୋ: ରଦ୍ଦ ହୋଇ ଯିବ ହମାସ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ଚୁକ୍ତି। ଉଭୟ ପକ୍ଷ ମଧ୍ଯରେ ହୋଇଥିବା ରାଜିନାମାକୁ ନେଇ ଏପରି ଆଶଙ୍କା ଦେଖା ଦେଇଛି। ସୋସିଆଲ ମିଡିଆ ଟେଲିଗ୍ରାମରେ ହମାସ ପକ୍ଷରୁ କୁହାଯାଇଛି, ଆସନ୍ତା ଶନିବାର ଇସ୍ରାଏଲର ଯେଉଁ ନାଗରିକଙ୍କୁ ମୁକ୍ତ କରିବାର ଥିଲା, ସେହି ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଯୁଦ୍ଧ ବିରତି ଚୁକ୍ତିକୁ ଇସ୍ରାଏଲ ସମ୍ମାନ ନ ଦେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛି ହମାସ। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହମାସକୁ ଏକ ପ୍ରକାର ଧମକ ଦେଇଛନ୍ତି। ଶନିବାର ସୁଦ୍ଧା ଯଦି ସମସ୍ତ ବନ୍ଧକଙ୍କୁ ହମାସ ନ ଛାଡ଼େ, ତେବେ ଜୋରଦାର ଆକ୍ରମଣ ହେବ। ଯୁଦ୍ଧ ବିରତି ଚୁକ୍ତି ରଦ୍ଦ ହୋଇ ଯିବା ଉଚିତ ବୋଲି ସେ କହିଛନ୍ତି। ଦେଢ଼ ବର୍ଷର ଯୁଦ୍ଧ ପରେ ଜାନୁଆରି ୧୯ରୁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବିରତି ହୋଇଛି। ଇସ୍ରାଏଲର ବନ୍ଧକ ନାଗରିକଙ୍କୁ ହମାସ ଛାଡ଼ିବାକୁ ସହମତି ହୋଇଥିଲା। ପ୍ରତି ବଦଳରେ ପାଲେଷ୍ଟାଇନର ବନ୍ଦୀଙ୍କୁ ଛାଡ଼ିଥିଲା ଇସ୍ରାଏଲ। ୨୦୨୩ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠୁ ଘମାଘୋଟ ଯୁଦ୍ଧ ଲାଗିଛି। ଏଥିରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଗାଜା ପୁରା ଧ୍ଵଂସସ୍ତୁପରେ ପରିଣତ ହୋଇଛି।

Latest Posts

Don't Miss