‘ଚୀନକୁ କଡ଼ା ବାର୍ତ୍ତା, ଭାରତର କ୍ଷତି କଲେ ଉଚିତ୍ ଜବାବ ମିଳିବ’

1 min read
If Harmed, India Will Not Spare Anyone, Says Rajnath Singh

ବେଙ୍ଗଳୁରୁ: ଚୀନକୁ ଭାରତର କଡ଼ା ସନ୍ଦେଶ । ଯଦି ଭାରତର କେହି କ୍ଷତି କରେ ତାହା ହେଲେ ଉଚିତ୍ ଜବାବ ମିଳିବ ବୋଲି ଚୀନକୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ କିଛିବର୍ଷ ମଧ୍ୟରେ ଭାରତ ଶକ୍ତିଶାଳୀ ଦେଶ ଭାବେ ମୁଣ୍ଡ ଟେକିଛି ବୋଲି ସାନଫ୍ରାନସିସକୋରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟଙ୍କୁ ଉଦବୋଧନ ଦେଇ କହିଛନ୍ତି ରାଜନାଥ । ଏହି ଅବସରରେ ଆମେରିକାକୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

 If Harmed, India Will Not Spare Anyone, Says Rajnath Singh

ଭାରତ ଜିରୋ-ସମ୍ କୂଟନୀତିରେ ବିଶ୍ୱାସ କରେ ନାହିଁ । ଗୋଟିଏ ଦେଶ ସହ ଭଲ ସମ୍ପର୍କ ପାଇଁ ଭାରତ ଅନ୍ୟ ଦେଶ ସହ ସମ୍ପର୍କକୁ ଜଳାଞ୍ଜଳି ଦେଇପାରିବ ନାହିଁ । ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ-ଋଷିଆ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ବୋଲି ଆମେରିକା ମନେ କରୁଛି । ଋଷିଆ ବିରୋଧରେ ଭାରତର ଆଭିମୁଖ୍ୟ କଡ଼ା ହେବା ଦରକାର ବୋଲି ଆମେରିକା କହିଥିବା ପରିପ୍ରେକ୍ଷୀରେ ରାଜନାଥଙ୍କ ଏହି ମନ୍ତବ୍ୟ ଆସିଛି ।