କୁନାଲ ପାଣ୍ଡ୍ୟାଙ୍କ ଉପରେ ରାଗିଗଲେ କି ଧୋନୀ ? ଜାଣନ୍ତୁ ପଡ଼ିଆରେ କାହିଁକି ହେଲା ଏମିତି..

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଆଇପିଏଲ ୨୦୨୫ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚଟି ଆରସିବି ୫୦ ରନରେ ବିଜୟ ହାସଲ କରିଛି । ତେବେ ଉଭୟ ଦଳର ଫ୍ୟାନ ଅଧିକ ରହିଥିବାବେଳେ ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳରେ ମଧ୍ୟ ରୋମାଞ୍ଚକ ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ ଧୋନୀ । ଧୋନୀ ଏହି ମ୍ୟାଚରେ ୧୬ ବଲରୁ ୩୦ ରନର ପାଳି ଖେଳିଥିଲେ । ଏଥିରେ ୨ଟି ଛକା ଏବଂ ୨ଟି ଚୌକା ରହିଛି । ତେବେ କେବଳ କୁନାଲ ପାଣ୍ଡ୍ୟାଙ୍କ ଓଭରରେ ହିଁ ୨ଟି ଯାକ ଛକା ମାରିଥିବା ଦେଖିବାକୁ ମିଳିଥିଲା ।
ତେବେ କୁନାଲଙ୍କ ବଲରେ ଧୋନୀ ୨ଟି ଛକା ମାରିଥିବାବେଳେ ସେ ଏହା ବଦଲା ନେଇଛନ୍ତି ବୋଲି ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଦାବି କରିବା ସହ ବିଭିନ୍ନ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ତେବେ ଧୋନୀ ଯେତେବେଳେ ମଇଦାନକୁ ଆସିଥିଲେ ସେତେବେଳକୁ ପ୍ରାୟ ଚେନ୍ନାଇ ହାତରୁ ମ୍ୟାଚ ଚାଲି ଯାଇଥିଲା । ଧୋନୀ ୯ ନମ୍ବରରେ ବ୍ୟାଟିଂ ଆସିଥିବାବେଳେ ଏକ ରୋମାଞ୍ଚକର ପାଳି ଖେଳିଥିଲେ । ତେବେ ଧୋନୀ ବ୍ୟାଟିଂ କରୁଥିବାବେଳେ କୁନାଲ ପାଣ୍ଡ୍ୟା ପ୍ରଥମ ବଲଟି ବିଟ୍ କରିଥିଲେ । ଏହାପରେ ଦ୍ବିତୀୟ ବଲରେ ଏକ ବାଉନ୍ସର ମାରିଥିଲେ । ସ୍ପିନର ମାନେ ପ୍ରାୟତଃ ବାଉନ୍ସର ମାରିନଥାନ୍ତି । ତେବେ କୁନାଲ ବାଉନ୍ସର ମାରିଥିବାବେଳେ ଧୋନୀଙ୍କ ବ୍ୟାଟିଂ ସମୟରେ ସମସ୍ତେ ଚାହିଁଥିଲେ । ଆଉ ଏହାପରେ ଧୋନୀ କୁନାଲଙ୍କୁ ଉଚିତ୍ ଜବାବ ଦେଇଥିବା ଦେଖିବାକୁ ମିଳିଥିଲା । ସେ କୁନାଲଙ୍କ ଓଭରରେ ୨ଟି ଛକା ଏବଂ ଗୋଟିଏ ଚୌକା ମାରିଥିଲେ ।