ଋଷଭ ପନ୍ତଙ୍କୁ କିଣିବ କି ଚେନ୍ନାଇ ? ଧୋନିଙ୍କ ସହ ଆଲୋଚନା ପରେ..

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ବେଶ ଧମାକାଦାର ହେବାକୁ ଯାଉଛି । ଚଳିତ ଆଇପିଏଲରେ ବହୁ ଦାମୀ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ରିଲିଜ କରି ଦେଇଛନ୍ତି । ଯେଉଁଥିରେ ରହିଛନ୍ତି ଧୂଆଁଧାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ସେ ଚଳିତ ସିରିଜରେ କେଉଁ ଦଳକୁ ଯିବେ ତାକୁ ନେଇ ପ୍ରଂଶସକଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ତେବେ ଚେନ୍ନାଇ ତାଙ୍କୁ କିଣିପାରେ ବୋଲି ଏକପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କି, ଏନେଇ ମାଲିକ ଧୋନିଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ତେବେ ଚଳିତ ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ୫ ଜଣ ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ରିଲିଜ କରି ଦେଇଛି । ଚେନ୍ନାଇ ପାଖରେ ଆଉ ୫୫ କୋଟି ଟଙ୍କା ରହିଛି । ଏଣୁ ସେ ପନ୍ଥଙ୍କ ପାଇଁ ବଡ଼ ଖର୍ଚ୍ଚ କରିବା ପାଇଁ ଚେଷ୍ଟା କରିପାରିବେ ନାହିଁ । ଚେନ୍ନାଇର ମାଲିକ କହିଛନ୍ତି କି, ଆମେ ଚେଷ୍ଟା କରିବୁ କି, ପନ୍ତଙ୍କୁ ଦଳରେ ସାମିଲ କରିବା ପାଇଁ ମାତ୍ର ଦଳକୁ ସମ୍ପୂର୍ଣ୍ଣ କରିବା ପ୍ରଥମ ଲକ୍ଷ୍ୟ ରହିବ । କାରଣ ଏବେ ୫ ଜଣ ଖେଳାଳି ରଖିଥିବାବେଳେ ୧୨୦ କୋଟିରୁ ୬୫ କୋଟି ଟଙ୍କା ବ୍ୟୟ କରିଛି । ୫୫ କୋଟି ପାଖରେ ରହିଥିବାବେଳେ ପୁରୁଣା ଖେଳାଳିଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବେ ନିଶ୍ଚୟ ।