’ଜଣେ ୫୦ ବର୍ଷରେ ବିବାହ କରିପାରୁଛି, ଅମିର ୬୦ ବର୍ଷରେ ପାର୍ଟନର ଖୋଜି ପାରିବେନି କାହିଁକି?’

ବଲିଉଡ ଅଭିନେତା ଅମିର ଖାନ ତାଙ୍କର ନୂଆ ପାର୍ଟନରଙ୍କ ପାଇଁ ବର୍ତ୍ତମାନ ସମୟରେ ବେଶ ଚର୍ଚ୍ଚାରେ ରହିଛନ୍ତି । ଅମିରଙ୍କୁ ଏବେ ୬୦ ବର୍ଷ ହୋଇଥିବା ବେଳେ ସେ ଏବେ ଗୌରୀ ସ୍ପ୍ରେଟଙ୍କୁ ଡେଟ କରୁଛନ୍ତି । ଅମିରଙ୍କର ଦୁଇ ପତ୍ନୀଙ୍କ ସହ ତଲାକ ହୋଇସାରିଥିବା ବେଳେ ସେ ଏବେ ୩ଟି ସନ୍ତାନର ପିତା ଅଟନ୍ତି । ନିକଟରେ ନିଜର ଜନ୍ମଦିନ ଅବସରରେ ଅମିର ତାଙ୍କର ଗାର୍ଲଫ୍ରେଣ୍ଡଙ୍କୁ ନେଇ ଖୁଲାସା କରିଥିଲେ । ଏହାପରେ ଅମିରଙ୍କ ବିଷୟରେ ଲୋକମାନେ ନାନା ପ୍ରକାରର ଆଲୋଚନା କରିଥିଲେ । ଏହା ମଧ୍ୟରେ ବଲିଉଡ ଫିଲ୍ମମେକର ବିକ୍ରମ ଭଟ୍ଟ ଅଭିନେତାଙ୍କ ଏହି ରିଲେସନଶିପକୁ ନେଇ ନିଜର ରାୟ ରଖିଛନ୍ତି ।

ଗୌରୀ ବେଙ୍ଗାଲୁରୁର ଜଣେ ମହିଳା ବ୍ୟବସାୟୀ ଓ ତାଙ୍କର ୬ ବର୍ଷର ଏକ ପୁଅ ରହିଛି । ଗୌରୀ ଅଭିନେତାଙ୍କୁ ଦୁଇ ଦଶନ୍ଧି ଧରି ଜାଣିଛନ୍ତି ଓ ୧୮ ମାସ ତଳେ ସେ ଅମିରଙ୍କ ଜୀବନରେ ଆସିଥିଲେ । ଅଧିକ ବର୍ଷରେ ପ୍ରେମ କରିବାକୁ ନେଇ ବିକ୍ରମ ନିଜର ରାୟ ଦେଇଛନ୍ତି । ସେ ଯଦି ୫୦ ବର୍ଷରେ ବିବାହ କରିପାରୁଛନ୍ତି, ଅମିର ୬୦ ବର୍ଷରେ ପାର୍ଟନର କାହିଁକି ଖୋଜିପାରିବେନି ବୋଲି ବିକ୍ରମ ପ୍ରଶ୍ନ କରିଛନ୍ତି । ବୟସ କେବଳ ଏକ ନମ୍ବର । ଖୁସି ପାଇବାର କୌଣସି ବୟସ ନଥାଏ । ବୟସ ଯେତିକି ଯେତିକି ଆଗକୁ ବଢ଼େ, ସେପରି ସ୍ଥିତିରେ ଖୁସି ପାଇବାର କୌଣସି ବୟସ ନଥାଏ । ଜୀବନ ଆଗକୁ ବଢ଼ିବା ସମୟରେ ଏହା ସମ୍ପର୍କ ଓ ସେକ୍ସୁଆଲିଟି ବିଷୟରେ ରହିନଥାଏ । ଏପରି ସ୍ଥିତିରେ ଏକୁଟିଆ ପଣ ବଦଳରେ ସାଥୀ ବିଷୟରେ ଅଧିକ ରହିଥାଏ । ଏପରି ସ୍ଥିତିରେ ଜଣେ ଯଦି ଆପଣଙ୍କୁ ବୁଝିପାରୁଥିବ, ତେବେ ସବୁ କିଛି ଠିକ୍ ହୋଇଯିବ । ଯଦି ଅମିରଙ୍କୁ ଏଭଳି ଜଣେ ମଣିଷ ମିଳିଯାଇଛନ୍ତି, ତେବେ ସେଥିପାଇଁ ସେ ବହୁତ ଖୁସି । ସେ ଏଥିପାଇଁ ଅମିରଙ୍କୁ ଶୁଭକାମନା ଜଣାଉଛନ୍ତି ବୋଲି ବିକ୍ରମ କହିଛନ୍ତି ।