କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ୧କୋଟି ଟଙ୍କା ସହ ପରିବାରରେ ଜଣଙ୍କୁ ଚାକିରି

ପୁଣେ: ପୁଣେ ମ୍ୟୁନିସିପାଲ କର୍ପୋରେଶନର କୌଣସି କର୍ମଚାରୀଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ଜଣକୁ ଚାକିରି ମିଳିବ । ଶୁକ୍ରବାର ପୁଣେର ମେୟର ମୁରଲିଧର ମୋହର ଏହା ଘୋଷଣା କରିଛନ୍ତି।

ମେୟରଙ୍କ ସୂଚନା ଅନୁଯାୟୀ ପୁଣେରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ୧,୩୬୪ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣ ସୁସ୍ଥ ହୋଇ ସାରିଲେଣି ଓ ୯୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ଏଥି ସହିତ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ବରଣ କଲେ ସ୍ୱାସ୍ଥ୍ୟ ସେବା ବୃତ୍ତିଗତଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୂଚନା ଦେଇଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ସହରର ଡାକ୍ତରଙ୍କ ସମସ୍ୟାକୁ ସମାଧାନ କରୁଥିବାବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । କାର୍ଯ୍ୟରତ ଡାକ୍ତର ଏବଂ ନର୍ସ ମାନେ ସୀମାରେ ଯୁଦ୍ଧ କରୁଥିବା ସୈନିକ ମାନଙ୍କଠାରୁ କୌଣସି ମତେ କମ୍ ନୁହଁନ୍ତି ବୋଲି ସେ କହିଛନ୍ତି ।

Leave a Reply