ଯବାନଙ୍କ ପାଇଁ ଆଇଇଡି ଖଞ୍ଜିବା ବେଳେ ହେଲା ବିସ୍ଫୋରଣ, ଜଣେ ମାଓବାଦୀ ମୃତ

1 min read

ମାଲକାନଗିରି: ନିଜ ଜାଲରେ ନିଜେ ଫସିଲା ଲାଲବାହିନୀ  । ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ନକ୍ସଲ ଲ୍ୟାଣ୍ଡମାଇନ୍‌ ଏକ୍ସପର୍ଟ ସୁନୀଲ ପଦମର ମୃତ୍ୟୁ ହୋଇଛି  । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜୁଥିଲେ  । ମୃତ ମାଓବାଦୀ ସୁନୀଲ ମିତରୁର ଅଞ୍ଚଳର ହୋଇଥିବା ବେଳେ, ଭେମଗଡ଼ ଏରିଆ କମିଟି ସଦସ୍ୟ ଥିଲା  ।

ସେପଟେ ନାରାୟଣପୁର ଜିଲ୍ଲାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ । ଅପରେସନ ବେଳେ ଠାବ ହୋଇଛି ୫ କିଲୋର ପ୍ରେସର୍ ଆଇଇଡି । ନାରାୟଣପୁର ଜିଲ୍ଲା ବୁରଗମ୍ ନାଳା ଅଞ୍ଚଳରେ ୪୫ ବାଟାଲିୟନର ଆଇଟିବିପି ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଠାବ କରିଥିଲେ ଆଇଇଡି । ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିଛନ୍ତି । ଦୁଇ ଟି ଜିଲ୍ଲାରେ ଗୋଟେ ଦିନରେ ମାଓବାଦୀଙ୍କ ଦୁଇଟି ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ଯବାନମାନେ ।

Leave a Reply