ଆପଣ ବ୍ୟବହାର କରୁଥିବା ଏହି ୨ଟି ବସ୍ତୁ କ୍ୟାନ୍ସରର ମୂଳ କାରଣ

କ୍ୟାନ୍ସର ତଥା କର୍କଟ ରୋଗ ଏବେ ସାଧାରଣ କଥା ହୋଇଗଲାଣି । ଏହି ରୋଗକୁ ଚିହ୍ନିବାଟା ଏତେ ସହଜ ହୋଇନଥାଏ । ଏହାକୁ ଚିହ୍ନୁ ଚିହ୍ନୁ କେତେବେଳେ ଜୀବନ ଚାଲିଯାଏ ତାହା ଜଣା ମଧ୍ୟ ପଡ଼େ ନାହିଁ । କ୍ୟାନ୍ସର, ଶରୀରରେ କୋଷ ସମୂହର ଅସାମାନ୍ୟ କିମ୍ବା ଅବ୍ୟବସ୍ଥିତ ଭାବେ ବୃଦ୍ଧି କାରଣରୁ ଅଥବା କୋଷମାନଙ୍କ ମଧ୍ୟରେ ପଡ଼ୁଥିବା ଗଣ୍ଠି କାରଣରୁ ଟ୍ୟୁମରର ରୂପ ନେଇଥାଏ ।

କିନ୍ତୁ ସବୁ ଅସାମାନ୍ୟ ବୃଦ୍ଧି କ୍ୟାନ୍ସର ହୋଇ ନଥାଏ । କ୍ୟାନ୍ସର ରହିତ ଗଣ୍ଠି ବିଶେଷ ହାନୀକାର ହୋଇ ନଥାଏ, ଏହା ସାମାନ୍ୟ ଗତିରେ ବଢିଥାଏ । ଯେବେକି କ୍ୟାନ୍ସରଯୁକ୍ତ ଗଣ୍ଠି ଅତ୍ୟନ୍ତ ଘାତକ ହୋଇଥାଏ ଏହା ଆକାରରେ ଦ୍ରୁତ ଗତିରେ ବଢିଥାଏ, ଏବଂ ଅନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ ।

ଆଜିକା ସମୟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ନେଇ ବହୁ ଲୋକ ଚିନ୍ତିତ । ଏହି ରୋଗର ମୁଖ୍ୟ କାରଣ ଭୁଲ ଜୀବନଶୈଳୀ ଏବଂ ଖାଇବାରେ ଅବହେଳା ହେତୁ ହୋଇଥାଏ । କେବଳ ସେତିକି ନୁହେଁ ଏହି ମାରାତ୍ମକ ରୋଗ ଆମର ଦୈନଦିନ ଜୀବନରେ ବ୍ୟବହାର କରୁଥିବା କିଛି ଜିନିଷ କାରଣରୁ ମଧ୍ୟ ହୋଇଥାଏ । ତେବେ ଜାଣନ୍ତୁ ଏମିତି କିଛି ଜିନଷ ବିଷୟରେ ଯାହାର ବ୍ୟବହାରରୁ ନିଜକୁ ଦୂରେଇ ରଖିବା ନିହାତି ଆବଶ୍ୟକ । ତେବେ ଏମିତି ୨ଟି ଜିନିଷ ଯାହାକୁ ବ୍ୟବହାର କଲେ କ୍ୟାନ୍ସର ହେବାର ସମ୍ଭାବନା ରହିଛି ।
ପ୍ଲାଷ୍ଟିକ

ପ୍ଲାଷ୍ଟିକ ପ୍ଲେଟର ବ୍ୟବହାର ସାଧାରଣ ଭାବେ ପର୍ବପର୍ବାଣୀରେ ଅଧିକ ମାତ୍ରାରେ ହୋଇଥାଏ । ଆଉ ମଧ୍ୟ ଏହାର ବ୍ୟବହାର ଚା, କଫି, ସଫ୍ଟ ଡ୍ରିଙ୍କରେ ମଧ୍ୟ ହୋଇଥାଏ ।

ଏଥିରୁ ତଥା ପ୍ଲାଷ୍ଟିକରୁ ମିଳୁଥିବା କେମିକାଲ ଗରମ କ୍ଷୀର, ଏବଂ ଗରମ ଚା’ ପ୍ଲାଷ୍ଟିକ ଜିନିଷରେ ଢାଳିବାପରେ ହିଁ ବାହାରିଥାଏ । ଯାହା ଦ୍ୱାରା ଏହି କେମିକାଲ ଶରୀର ମଧ୍ୟକୁ ଯାଇ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଜନ୍ମ ଦେଇଥାଏ ।
ଅଗରବତୀ

ଅଗରବତୀର ବ୍ୟବହାର ପ୍ରାୟ ସବୁ ଲୋକ କରିଥାନ୍ତି । ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ହୋଇଥାଏ । ଅଗରବତୀରୁ ବାହାରୁ ଥିବା ଧୁଆଁ ଶରୀରର ମଧ୍ୟକୁ ଯାଇ କ୍ୟାନ୍ସର ହେବାର ସମ୍ଭାବନାକୁ ବଢାଇ ଦେଇଥାଏ ।

Leave a Reply