ସରକାର କା ମାଲ୍… ବୋହି ନେଉଛନ୍ତି ବସ୍ତା ବସ୍ତା ଚାଉଳ

କଟକ: ମୋ ସରକାର ଯୋଜନାରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ ଉଚ୍ଚପଦସ୍ଥ ଅଧିକାରୀ ମାନେ ରାଜ୍ୟର ବିଭିନ୍ନ ସ୍କୁଲକୁ ଗସ୍ତ କରୁଛନ୍ତି । ସ୍କୁଲର ସମସ୍ୟା ବୁଝିବା ସହ ସେଠାରେ ମଧ୍ୟାନଭୋଜନ ମଧ୍ୟ କରୁଛନ୍ତି ।

ତେବେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଝାଜିଆ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ତାଙ୍କ ସହକାରୀ ଶିକ୍ଷକ ଦିନ ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଚାଉଳ ବାହାରକୁ ଚାଲାଣ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ଆଗରୁ ଅନେକ ଥର ଏଭଳି ମଧ୍ୟାନଭୋଜନ ଚାଉଳକୁ ବିକ୍ରିକରୁଥିବାର ଅଭିଯୋଗ ଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉଚ୍ଚପଦସ୍ଥ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ ।

ଗତ ୧୧ତାରିଖ ଦିନ ପ୍ରାୟ ୧୨ଟା ସମୟରେ ସ୍କୁଲ ଭିତରୁ ଚାଉଳ ଚାଲାଣ ହୋଇଥିବ ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍କୁଲରେ ପାଠପଢୁଥିବା ପିଲାଙ୍କୁ ଚାଉଳ ଟେକିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି । ଏସବୁ ଘଟଣା ପ୍ରଧାନ ଶିକ୍ଷକଙ୍କ ଅଜାଣତରେ ହୋଇଥିବା ସେ କହିଛନ୍ତି । ସ୍କୁଲରେ ଅନୁପସ୍ଥିତ ଥିବାବେଳେ ଏସବୁ ଘଟିଛି ଏବଂ ସ୍କୁଲକୁ ଯାଇ ଏ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।

Leave a Reply