ICUରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ, ଗୁରୁତର ରହିଛି ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି  । ପୂର୍ବରୁ ମୁଲାୟମ ସିଂ ଯାଦବ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ତାଙ୍କର ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବାରୁ ICUକୁ ସ୍ଥାନାନ୍ତର କରାଯାଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଆଇସିୟୁ ୫ରେ ଚାଲିଛି ମୁଲାୟମ ସିଂ ଯାଦବଙ୍କ ଚିକିତ୍ସା  । ଚିକିତ୍ସା କରୁଥିବା ଡାକ୍ତର ସୁଶୀଲ କଟାରିଆ ଏନେଇ ସୂଚନା ଦେଇଛନ୍ତି  । ଦୀର୍ଘଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି  ।

ସେପଟେ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ପୁତ୍ର ଅଖିଳେଶ ସିଂ ଯାଦବ ତୁରନ୍ତ ମେଡିକାଲ ଗସ୍ତ କରିଛନ୍ତି  । ସେହିପରି ଭାଇ ଶିବପାଲ ସିଂ ମଧ୍ୟ ମେଦାନ୍ତ ହସ୍ପିଟାଲ ଗସ୍ତ କରିଛନ୍ତି  । ଅନ୍ୟପଟେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମୁଲାୟମ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଶୁଣି ଆଶୁ ଆରୋଗ୍ୟ କାମନା କରିଛନ୍ତି  ।